STORYMIRROR

Jagannath Swain

Classics

2  

Jagannath Swain

Classics

ସ୍ବାଧିନ ଭାରତ

ସ୍ବାଧିନ ଭାରତ

1 min
185

   

କାହିଁ କେତେ ବରଷ ହେଲାଣି

ଭାରତ ମାଆ ମୋ ଉଠି ଗଲାଣି

ଇଂରେଜ ମାନଙ୍କୁ ଦେଇ ମେଲାଣି

ଦେଶକୁ ଗଢିଲେ କେତେ ବିନ୍ଧାଣି।।

ଦୁଃଖ କଷଣ ଯାତନା ଯେତେ

ଗୁହାରି ଆଉ ସେ କରିବ କେତେ।

ହତିଆର ଛାଡ଼ି ଅହିଂସା ହାତେ,

ପରାଧୀନ ରୁ ମୁକତି ହୋଇବ ସତେ।।

ଯେତେ ଯେତେ ବୀର ଦେଶ ଭକତ

ଲଢ଼ିଲେ ବୁହାଇ ଝାଳ ରକତ।

ସରବେ ଯେବେ ରେ ହେଲେ ସଚେତ,

 ସଭିଏଁ ଦେଖାନ୍ତି ନିଜ ତାକତ।।

ଏକତା ଦେଖିଲେ ଇଂରେଜ ବଳ

ବନ୍ଦ ହୋଇଲା ତାଙ୍କ ଶାସନ କଳ ।

ରାତି ଅଧରେ ସେ ଧରିଲେ ଥାଳ,

ପଳେଇଗଲେ ସେ ହୋଇ ଶୃଗାଳ ।।

ଫର ଫର ଉଡେ଼ ବିଜୟ ବାନା

ତ୍ରିରଙ୍ଗା ଅଟଇ ଯାହାର ନା।

ହିମାଳୟ ଠାରୁ କନ୍ୟାକୁମାରୀ,

ତ୍ରିରଙ୍ଗା ଉଡ଼ଇ ଜୟ ଗାନ କରି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics