ଭାଷା ମୋ ଓଡ଼ିଆ
ଭାଷା ମୋ ଓଡ଼ିଆ


ଭାଷା ମୋ ଓଡ଼ିଆ ସବୁଠୁ ବଢ଼ିଆ
ମୁଚୁକୁନ୍ଦ କଳାଚାନ୍ଦ
ଅପୂର୍ବ ଓଡ଼ିଶୀ ଅପ୍ସରୀ ଉର୍ବଶୀ
ସୁଧାବୋଳା ଗୀତଛାନ୍ଦ ।
ଢ଼ଳି ଢ଼ଳି ଚାଲେ ସାଧବର ବୋହୁ
ମଖମଲି ତାର ଦେହ
ନହୁଲି ବୟସୀ ନର୍ତ୍ତକୀ ଅଳସୀ
ବର୍ଣ୍ଣେ ତା ଚନ୍ଦ୍ର ଉଦୟ ।
ତା ସ୍ୱର ବ୍ୟଞ୍ଜନ ଧ୍ୱନି ସୁପ୍ରକାଶ
ବ୍ୟବହାର ବ୍ୟାକରଣ
ସ୍ୱର୍ଗୀୟ ସୁଷମା ଭରିଦିଏ ପ୍ରାଣେ
ଅମୃତ ଭଣ୍ଡାର ଜ୍ଞାନ ।
ମାଟି ତାର ହସେ ସୁନାର ଫସଲେ
ମମତାର ଫୁଟେ
ଫୁଲ
ସୁନେଲି କିରଣେ ଦିଶେ ମୋ ରାଇଜ
ଅପରୂପା ଝଲମଲ ।
ତା ବରଷା ଶୀତ ମଧୁର ବସନ୍ତ
ପାହାଡ ବନ ଝରଣା
ଖେଳାଏ ଆନନ୍ଦ ଜୀବନ ଉଚ୍ଛ୍ୱ।ସ
ଓଡ଼ିଶା ମୋ ଅନ୍ନପୂର୍ଣ୍ଣା ।
ଚାରୁ ଶିଳ୍ପ କଳା ଉତ୍କର୍ଷେ ସମୃଦ୍ଧ
ଯଶ କୀର୍ତ୍ତି କିରିଟିନୀ
ସବୁଜ ସୁନ୍ଦର ବର୍ଣ୍ଣ ବିଭବିନୀ
ଓଡ଼ିଶା ମୋ ରାଜରାଣୀ ।
ବିରଜା ବିମଳା ମାଟି ସୁପବିତ୍ର
କୈବଲ୍ୟ ମୁକତି ଧାମ
ସୁଦର୍ଶନ ଯୋଗେ କାକ ଚତୁର୍ଭୁଜ
ଜୀବନ ପୁରୁଷୋତ୍ତମ ।