STORYMIRROR

Kalyani Nanda

Inspirational

3  

Kalyani Nanda

Inspirational

ସେବା ହିଁ ପରମ ଧର୍ମ

ସେବା ହିଁ ପରମ ଧର୍ମ

1 min
182

 ‌‌        

      ଜୀବନର ଅଟେ ମାନଦଣ୍ଡ କର୍ମ,

      ସେବା,ଦୟା, ସାଥୀ ସୁକର୍ମ ର,

      ସେବା ହିଁ ଜୀବନର ପରମ ଧର୍ମ,

      ମାନବ ସେବା ହିଁ ଅଟେ ଶ୍ରେଷ୍ଠ କର୍ମ।


      ମାନବ ସେବାରେ ତୃପ୍ତ ଭଗବାନ,

      ପଦ୍ମ ପତ୍ରେ ଜଳ ବିନ୍ଦୁ ସମ ଜୀବନ,

      ମହତ୍ କର୍ମ ବଳେ ସୁଧାରି ଜୀବନ ,

      ସାର୍ଥକ କର ହେ ମାନବ ଜୀବନ।।


     ମୋହ,ମାୟାରେ ଛନ୍ଦା ମଣିଷ ଜୀବନ,

     ସମୟ ନଈରେ ଭାସେ ମଣିଷ ଜୀବନ, 

     ଜୀବନ ନୈ|କା ହେଉଥାଏ ଟଳମଳ,

     ମହତ୍ ଗୁଣ ବଳେ ଧନ୍ୟ ହୁଏ ଜୀବନ।

      

     ଦୁର୍ବଳ, ଅସହାୟ କୁ ସଦା ହୁଅ ସହାୟ,

     ଜୀବେ ଦୟା ନୀତି କରିଥାଅ ଅନୁସରଣ,

     ପର ହିତେ ଯେ ନର ବିତାଏ ଯେ ଜୀବନ ,

     ଦୟା ବହି ଥାନ୍ତି ପ୍ରଭୁ ସଦା ଜଗମୋହନ।

      

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational