ସୃଜନ ସରିତା
ସୃଜନ ସରିତା
ଦୁସ୍ଥ ମଣିଷର ମୁଣ୍ଡବ୍ୟଥା କହୁ କହୁ
କାକୁସ୍ଥ ହୃଦୟର ଶୋକଗାଥା କହୁ କହୁ
ଆଖିରୁ ଝରିଛି ଲହୁ ll
ଛାତି ତଳେ ସେହି ଅକୁହା ତାଣ୍ଡବ
ମରମ ତଳେ ଦବା ଗରମ ବିପ୍ଳବ
ଲେଖୁଛି ବଖାଣି ମହୁ ll
ମନ ଗହନରେ ବୁଣି ମୁଁ ଚାଲିଛି
ଚିନ୍ତା ଚେତନାରେ ମଣ୍ଡି ମୁଁ ବୁଲୁଛି
ଗପ କବିତାର ଛଟକ ll
ଅଭ୍ୟାସ ପାଳିଛି ପଢିବି ଲେଖିବି
ଆଜୀବନ ମନ ଧ୍ୟାନ ରଖିଛି
ଛନ୍ଦା ଚରଣରେ ମୁଁ ଦୀନ
ଜୀବନ ସାମାଜିକ ନାଟକ ll
ବ୍ୟସ୍ତ ବହୁଳ ଜୀବନେ ସମୟ
ବଡ଼ ନିଅଣ୍ଟ ସମସ୍ୟା ମହଣ
ମହଣ ସମାଧାନ ଚମ୍ପଟ
କଲମ ମୂନରେ ପ୍ରକଟ ll
ସାହିତ୍ୟ ସାଧନା ଭାଷା
ଉପାସନାରେ ବିଭୁତି
ମାଟି ମଟାଳର ଚଗଲା
ଚଟେ।ଳ ଦୈନ୍ୟ ଉକ୍ତି
ପ୍ରୀୟ ପାଠକେ ବିଭ୍ରାଟ ll
ଶବ୍ଦ ପ୍ରତିବାଦ ପ୍ରତିଫଳନ
କରିବ ନିର୍ବିବାଦ
ଜନ ମାନସେ ଆଣିବ ବୈଦ୍ଧିକ
ବିବର୍ତ୍ତନବାଦ
ମୋ ସୃଜନ ସରିତା ll
ଛାତି ଭିତରେ ଜଳେ ଅଗରବତିର
ବାସ୍ନାନିଆଁ ସେହି ଅକୁହା ଦୁଃଖର
ଅସରନ୍ତି କଳା ଧୂଆଁ
କହି ଚାଲିବି ବାରତା ll
ମନକୁ ବୁଝେଇ ବସିଛି ବାରୁଦ
ଗଦାରେ ଚାପି
ମାଟି ବୈକୁଣ୍ଠର ନିଚ୍ଛକ
ଚିତ୍ର ଲେଖୁଛି ମାପି
ହସ କାନ୍ଦର ନାଟକ ll
ବାଉନ ବସନ୍ତ ମାନେ ସରି
ସରି ଆସେ ତୈଳ
ମୋ ଜୀବନଟା ଗୋଟେ
ମଲାଟ ବିହୀନ ଶୈଳ
କଳା ଧଳା ଛଟକ ll
ଦୀନ ହୀନ ଅକିଞ୍ଚନ ମୁହିଁ
ଲେଖିବାକୁ କିଏ
କୁହାଏ ଦୈଡାଏ ମନରେ
ପୁରାଏ ପରା ସିଏ
ଚରଣ କମଳେ ମତି ll
ତେଲ ଲୁଣର ସଂସାର ତଥ୍ୟରେ
ଭରପୂର ନବୀନ ନଜର ସୂକ୍ଷ୍ମାତିସୂକ୍ଷ୍ମ
କରୁଣାରେ ଆଦ୍ର
ଲେଖନୀ ମୂନରେ ଶକ୍ତି ll
