STORYMIRROR

Panchanan Jena

Inspirational

3  

Panchanan Jena

Inspirational

ସୃଜନ ସରିତା

ସୃଜନ ସରିତା

1 min
164


ଦୁସ୍ଥ ମଣିଷର ମୁଣ୍ଡବ୍ୟଥା କହୁ କହୁ

କାକୁସ୍ଥ ହୃଦୟର ଶୋକଗାଥା କହୁ କହୁ

ଆଖିରୁ ଝରିଛି ଲହୁ ll


ଛାତି ତଳେ ସେହି ଅକୁହା ତାଣ୍ଡବ

ମରମ ତଳେ ଦବା ଗରମ ବିପ୍ଳବ

ଲେଖୁଛି ବଖାଣି ମହୁ ll


ମନ ଗହନରେ ବୁଣି ମୁଁ ଚାଲିଛି 

ଚିନ୍ତା ଚେତନାରେ ମଣ୍ଡି ମୁଁ ବୁଲୁଛି 

ଗପ କବିତାର ଛଟକ ll


ଅଭ୍ୟାସ ପାଳିଛି ପଢିବି ଲେଖିବି

ଆଜୀବନ ମନ ଧ୍ୟାନ ରଖିଛି

ଛନ୍ଦା ଚରଣରେ ମୁଁ ଦୀନ

ଜୀବନ ସାମାଜିକ ନାଟକ  ll


ବ୍ୟସ୍ତ ବହୁଳ ଜୀବନେ ସମୟ

ବଡ଼ ନିଅଣ୍ଟ ସମସ୍ୟା ମହଣ

ମହଣ ସମାଧାନ ଚମ୍ପଟ

କଲମ ମୂନରେ ପ୍ରକଟ ll


ସାହିତ୍ୟ ସାଧନା ଭାଷା

ଉପାସନାରେ ବିଭୁତି

ମାଟି ମଟାଳର ଚଗଲା

ଚଟେ।ଳ ଦୈନ୍ୟ ଉକ୍ତି

ପ୍ରୀୟ ପାଠକେ ବିଭ୍ରାଟ ll


ଶବ୍ଦ ପ୍ରତିବାଦ ପ୍ରତିଫଳନ

କରିବ ନିର୍ବିବାଦ

ଜନ ମାନସେ ଆଣିବ ବୈଦ୍ଧିକ

ବିବର୍ତ୍ତନବାଦ

ମୋ ସୃଜନ ସରିତା ll


ଛାତି ଭିତରେ ଜଳେ ଅଗରବତିର

ବାସ୍ନାନିଆଁ ସେହି ଅକୁହା ଦୁଃଖର

ଅସରନ୍ତି କଳା ଧୂଆଁ

କହି ଚାଲିବି ବାରତା ll


ମନକୁ ବୁଝେଇ ବସିଛି ବାରୁଦ

ଗଦାରେ ଚାପି

ମାଟି ବୈକୁଣ୍ଠର ନିଚ୍ଛକ

ଚିତ୍ର ଲେଖୁଛି ମାପି 

ହସ କାନ୍ଦର ନାଟକ ll


ବାଉନ ବସନ୍ତ ମାନେ ସରି

ସରି ଆସେ ତୈଳ

ମୋ ଜୀବନଟା ଗୋଟେ

ମଲାଟ ବିହୀନ ଶୈଳ

କଳା ଧଳା ଛଟକ ll


ଦୀନ ହୀନ ଅକିଞ୍ଚନ ମୁହିଁ

ଲେଖିବାକୁ କିଏ

କୁହାଏ ଦୈଡାଏ ମନରେ

ପୁରାଏ ପରା ସିଏ

ଚରଣ କମଳେ ମତି ll


ତେଲ ଲୁଣର ସଂସାର ତଥ୍ୟରେ

ଭରପୂର ନବୀନ ନଜର ସୂକ୍ଷ୍ମାତିସୂକ୍ଷ୍ମ

କରୁଣାରେ ଆଦ୍ର 

ଲେଖନୀ ମୂନରେ ଶକ୍ତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational