STORYMIRROR

Arjuni charan Behera

Inspirational Others

3  

Arjuni charan Behera

Inspirational Others

ଦ୍ରୌପଦୀଙ୍କ ଜଣାଣ

ଦ୍ରୌପଦୀଙ୍କ ଜଣାଣ

1 min
115


ଆହେ ମାନ ଉଦ୍ଧାରଣ, ପ୍ରବଳ ମତ୍ତ ବାରଣ

       ପତିତତାରଣ ସୁଦର୍ଶନ ଧାରଣ l

ହେ ପ୍ରଭୂ ମାନଗୋବିନ୍ଦ,ଦୟାମୟ ଆଦିକନ୍ଦ

   କାଳ ମତ୍ତବାରଣକୁ ସିଂହ ପ୍ରାୟେଣ l

      ଆର୍ତ୍ତେ ଡାକେ ଦୀନା ପାଞ୍ଚାଳୀ,

 ଘେନ ମୋ ମିନତି ପ୍ରଭୂ ହେ ବନମାଳୀ ll

ଆହେ ଜାମଳା ଭଞ୍ଜନ, କଳିମଳ ବିନାଶନ

     ଜନାର୍ଦ୍ଦନ ବିଶ୍ୱପ୍ରାଣ ବିଶ୍ଵ କେତନ l

ମୁକୁନ୍ଦ ମାଧବ ହରି, କେଶବ କୃଷ୍ଣ କଂସାରି

    ଗଜ ଉଦ୍ଧାରଣ ପ୍ରଭୂ ଆରତତ୍ରାଣ l

            ପ୍ରଭୁ ଶିରିବତ୍ସ ଲାଞ୍ଛନ,

   ହସ୍ତ ଦେଲି ଟେକି ପ୍ରଭୁ ଶୁଣ ଜଣାଣ ll

ଦୁରୁମତି ଦୁର୍ଯ୍ୟୋଧନ, ଭାଇ ଦୁଷ୍ଟ ଦୁଃଶାସନ,

   ଲଜ୍ଜା ମୋ ହରନ୍ତି ବୁଧ କୁରୁ ସଭାରେ l

ପଞ୍ଚପତିଭୋଗ୍ୟା ନାରୀ,କୁବାକ୍ୟମାନ ଉଚ୍ଚାରି

    ଗୁରୁଜନଙ୍କ ମୁଖରୁ ବାକ୍ୟ ନ ସ୍ଫୁରେ l

           ଆହେ ପ୍ରଭୁ ମଧୁସୂଦନ,

 ଆର୍ତ୍ତେ ଡାକେ ଭାବଗ୍ରାହୀ ଗୁହାରୀ ଶୁଣ ll

ଦୀନବନ୍ଧୁ ଦଇତାରୀ,ମଧୁ କୈଟଭ ସଂହାରି,

     ଘୋର କଷ୍ଟୁ ମୃଗୁଣୀକୁ ତାରିଛ ହରି l

ଛାଡ଼ି ସକଳରେ ଆଶା,ଗୋବିନ୍ଦେ କଲି ଭରସା,

   ଲାଜ ମୋର ରଖ ପ୍ରଭୁ ଆରତହାରୀ l

            ଆହେ ପ୍ରଭୁ ବିଶ୍ଵ ବିହାରୀ,

 ତୋ ବିନୁ ନାହାଁନ୍ତି କେହି ଆଶ୍ରା ମୋହରି ll

ବୈକୁଣ୍ଠରେ ଜଗନ୍ନାଥ,ଶୁଣି ଦ୍ରୌପଦୀ ଆରତ,

     ଚରଣ ଚାପନ୍ତି ଯାର ସ୍ଵୟଂ କମଳା l

ଆତଙ୍କ ନାସନ ବାନା ଆତଙ୍କକୁ ବଜ୍ର ସେହ୍ନା

    ଭକ୍ତ ଭାବଗ୍ରାହୀ ପ୍ରଭୁ ମତି ଟଳିଲା l

            କୋଟି ବସ୍ତ୍ର ଦେଲ ବରଷି,

      ଜୟ ଜୟ ଜଗନ୍ନାଥ ହେ ବ୍ରହ୍ମରାଶି ll

                   


Rate this content
Log in

Similar oriya poem from Inspirational