STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ସୁନେଲି ଶ୍ରୀକ୍ଷେତ୍ରରେ ସୁନା ଦିଅଁ

ସୁନେଲି ଶ୍ରୀକ୍ଷେତ୍ରରେ ସୁନା ଦିଅଁ

1 min
167

ସୁନେଲି ଶ୍ରୀକ୍ଷେତ୍ର ସୁନାର ଦିଅଁ ସୁନାବେଶେ ଶୋଭେ

ସୁନା ମୁହଁ -ରୀତା ଅପରlଜିତା ମହାନ୍ତି

ସୁନେଲି ଶ୍ରୀକ୍ଷେତ୍ର ଆଜି

ସୁନାର ଦିଅଁ ସୁନାବେଶେ ଦାଉ ଦାଉ

ଝଟକେ ସୁନା ମୁହଁ।

ବଉଳ ଦେଖି ଏ ବେଶ

ଆଖି ମୋର ଝଲସି ଉଠୁଛି।

ମନ୍ଦିରକୁ ଫେରିବା ପରେ ବଉଳ ଵ

ଏକଡ଼ଶୀ ତିଥିରେ

ସନ୍ଧ୍ୟା ଆଳତି ଆଗରୁ 

ସୁନାରେ ସଜ ହୁଅନ୍ତି ଲୋ ବଉଳ 

ତିନି ଠାକୁର

ମହଣ ମହଣ ସୁନା ଲାଗି ହୁଏ

ଠାକୁରଙ୍କ ଠାରେ ଲୋ ବଉଳ

ମେକାପ ସେବକ ଏ ସେବାରେ

ଲାଗନ୍ତି ଲୋ ବଉଳ।

ସ୍ୱର୍ଣ୍ଣ ଆଭୂଷଣ ପିନ୍ଧି

ପ୍ରଭୁ ଲାଗନ୍ତି ଭାରି ସୁନ୍ଦର

 ଲୋ ବଉଳ।

ସୁବର୍ଣ୍ଣ ହାର 

କଦମ୍ବ ମାଳାରେ 

ସେବତୀ ଘାଗଡା 

ପିନ୍ଧି ମୋ କଳl ମାଣିକ

ଲାଗେ ଭାରି ସୁନ୍ଦର ଲୋ ବଉଳ।

ପୁଣି ଭଉଣୀ ସୁଭଦ୍ରା 

ନାକରେ ନାକ ଚଣା

ଓଡ଼ିଆଣି ଅଣ୍ଟାସୁତା 

ହଲଦିମୁଖୀ ମୁହଁ ଲାଗେ 

ବେଶୀ ତୋଫା ଵଉଳ

ବଡ଼ ଭାଇ ଅପୂର୍ବ ଦିଶନ୍ତି

ନାନା ଅଳଙ୍କାର ନାଇ

ଶ୍ରୀପୟରରେ ଶ୍ରୀଭୁଜ କିରଟ

ଭାରି ଆଭୂଷଣ ପ୍ରିୟ 

ମୋର ତିନି ଠାକୁର ଲୋ

ଵଉଳ ।

ଏ ବେଶରେ ମୋ ମନୁଆ କାଳିଆ

ଲାଗେ ବେଶୀ ସୁନ୍ଦର ବଉଳ।

ପ୍ରଭୁ ତୁମେ ଏମିତି ଲୀଳା କରି

ଭକ୍ତ ଚିତ୍ତକୁ କର ମୋହିତ।

ତିନି ଠାକୁରଙ୍କୁ ଅପରlଜିତାର 

କୋଟି ଦଣ୍ଡବତ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational