STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ଗୁରୁ ପାଦେ ଶରଣ

ଗୁରୁ ପାଦେ ଶରଣ

1 min
206

ତୁମ ପାଦେ ଗୁରୁ ଦେବ ନେଇଛି ଶରଣ

ମୋ ଜୀବନ ତୁମ ଦାନ କରିଛି ଅର୍ପଣ

ଆଉ କିଏ ମୋତେ ଭଲ ଲାଗେ ନାହିଁ

ସମର୍ପିତ ହେଲି ଗୁରୁ ଏକା ତୁମ ପାଇଁ

ତୁମେ ମୋତେ କେବେ କରିବନି ପର

ମୋ ପରି ଅଧମ ହେବ ନାରଖାର

ଲୟ ଲଗାଇଛି ଗୁରୁ ତୁମରି ଚରଣ

ଚରଣ ରଜକୁ କେବେ କରନା ବାରଣ

ତୁମ ପାଦେ ଗୁରୁଦେବ ନେଇଛି ଶରଣ

ତୁମରି ବାଣୀ ରେ କେତେ ସୁଖ ମିଳେ

ଦୁଃଖ ଚାଲି ଯାଏ ରୁହେ ନାହିଁ ତିଳେ

ରଖିଛି ତୁମ ପାଇଁ ହୃଦୟେ ଭାବ

ଭାବ ନାହିଁ ଯଦି ସବୁ ତ ଅଭାବ

ମିଛ ସଂସାରୁ ତୁମେ କର ହେ ତାରଣ

ତୁମ ବିନା ଜୀବନ ହେବ ଅକାରଣ

ତୁମ ପାଦେ ଗୁରୁ ଦେବ ନେଇଛି ଶରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational