STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ନିଃଶ୍ୱାସକୁ ଏଠି ବିଶ୍ୱାସ ନାହିଁ

ନିଃଶ୍ୱାସକୁ ଏଠି ବିଶ୍ୱାସ ନାହିଁ

1 min
179


ନିଃଶ୍ୱାସକୁ ଏଠି ବିଶ୍ୱାସ ନାହିଁ ରେ

କେତେବେଳେ ରହି ଯିବ

ରହିବା ଆଗରୁ ହେ ଶିବ ଶଙ୍କର

ତୁମ ନାମ ମୁଖେ ଥିବ।

ହେ ମହା ପ୍ରଭୁ ତୁମ ନାମ ମୁଖେ ଥିବ


ଜାଣ ତ ରେ ଅବା ଅଜାଣ ତେ ହେଉ

କରିଛି ପାପ ମୁଁ ଯେତେ

ଏତିକି ଗୁହାରୀ ଦେବ ତ୍ରିପୁରାରି

କ୍ଷମା କରି ଦେବ ମୋତେ

ପ୍ରତି ପଲକରେ ତୁମ ରୂପଛବି

  

ମୋ ହୃଦୟେ ନାଚୁଥିବ।

ହେ ମହା ପ୍ରଭୁ....


ଏ ମାୟା ସଂସାରେ ତୁମେ ଏକା ସତ୍ୟ

ଆଉ ସବୁ ମରୀଚିକା

ତୁମେ ମୋର ଗତି ତୁମେ ମୋ ଶକ୍ତି

ତୁମେ ମୋର ପ୍ରିୟ ସଖା

ଯାଉ ଯାଉ ଜୀବ ତୁମ ଦେଖା ହେବ

ଶ୍ରୀ ପଦରେ ଠାବ ଦେବ।

ହେ ମହା ପ୍ରଭୁ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational