STORYMIRROR

Binodini Dash

Inspirational

3  

Binodini Dash

Inspirational

ସନ୍ନ୍ୟାସ

ସନ୍ନ୍ୟାସ

1 min
197


ସର୍ବବିଧ କର୍ମଫଳର ନ୍ୟାସକୁ

ବୋଲାଯାଇଥାଏ ସନ୍ନ୍ୟାସ

ସଂସାରର ଯେତେ କାମନା ବାସନା

ତ୍ୟାଗୀ ପାରେ ଯେଉଁ ମଣିଷ

ନିଷ୍କାମ କର୍ମ

ସାଧିବାରେ ତାହାର ମତି

ସନ୍ନ୍ୟାସ ବ୍ରତକୁ ଆଚରିଣ ସିଏ

ହୋଇପାରେ ଉତ୍ତମ ଯତି ।ସନ୍ନ୍ୟାସ


ଲଭି ଆତ୍ମଜ୍ଞାନ ବ୍ରହ୍ମ ଚିନ୍ତନ

ସନ୍ନ୍ୟାସ ଧର୍ମର ପାଳନେ

ସେ ମାନବ ଗତି ମୋକ୍ଷ ପ୍ରାପତି

ଆଉ ନ ଜନ୍ମେ ଏ ଭୁବନେ

ସନ୍ନ୍ୟାସ ଯୋଗ 

ଶ୍ରୀଭଗବାନଙ୍କ ମୁଖରୁ 

ନିସୃତ ଯାହା ଆମ ଧର୍ମଗ୍ରନ୍ଥ

ଗୀତାରେ ପରା ମହାଗରୁ ।


ଗୃହସ୍ଥି ବି ହୋଇ ନିତ୍ୟ କର୍ମ ପାଳି

ତ୍ୟାଗେ ଯିଏ କାମ୍ୟ କର୍ମକୁ

ସିଏ ସନ୍ନ୍ୟାସର ଧର୍ମ ପାଳନରେ

କେବେ ନ ଫେରଇ ପଛକୁ

ଜୀବନୋତିର

ପଥରେ ହୋଇ ଅଗ୍ରସର

କରି ଶେଷେ ପ୍ରାପ୍ତ ପରଂବ୍ରହ୍ମ ପାଦ

ଜନମ କରଇ ସାକାର ।


ଜୀବନର ଚାରି ଅବସ୍ଥା ଭିତରୁ

ଶେଷ ଅବସ୍ଥା ଏ ସନ୍ନ୍ୟାସ

ଗୃହୀ ଗୃହ ତ୍ୟାଗୀ ବନକୁ ଗମନ

ପୁତ୍ର ନିବେଶି ପତ୍ନୀ ପାଶ

ତୁଣ୍ଡେ ଶ୍ରୀହରି

ନାମକୁ ଜପି ପ୍ରତିକ୍ଷଣ

ଗୃହସ୍ଥର ଧର୍ମ ମନୁ ପରିତ୍ୟାଗୀ

ସନ୍ନ୍ୟାସ ବ୍ରତ ଆଚରଣ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational