ସିଏ ପରା ଆମ ବୋଉ
ସିଏ ପରା ଆମ ବୋଉ
ଦଶ ମାସ କାଳ ଗର୍ଭରେ ରଖାଇ ଅମୃତ ମୁଖରେ ଦେଉ
ଏଡିକି ଠୁ ଏଡ଼େ କରିଥାଏ ଯିଏ
ସିଏ ପରା ଆମ ବୋଉ l
ଆଦ୍ୟ ଗୁରୁ ସିଏ ସବୁ ଶିକ୍ଷା ଦିଏ
ସଂସ୍କାର ଅlଣଇ ଯେହୁ
ହାତ ଧରି ଚାଲି ଶିଖାଇ ଥାଏ ଯେ
ସିଏ ପରା ଆମ ବୋଉ l
କିଏ ବାପା କିଏ ଜେଜେ ଜେଜେମାଆ, ଦେଖlଇ ଶିଖାଏ ସେହୁ
ବିପଦେ ଆପଦେ ଲୁହ ଝରୁଥାଏ
ସିଏ ପରା ଆମ ବୋଉ l
ଖାଇ ନଥିଲେ ସେ ଚାହିଁ ବସିଥାଏ
ଯେତେ ଦିନ ରାତି ହେଉ
ପିଲାଏ ଆସିଲେ ଖୋଇ ସାରି ଖାଏ
ସିଏ ପରା ଆମ ବୋଉ l
ପାଠ ନପଢିଲେ ଚାଟ ସେ ଉଠାଏ
ନିଷଠୁର ହୁଅଇ ସେହୁ
ପଢ଼ିଦେଲେ ଟିକେ ହସିହସି ଗଡେ
ସିଏ ପରା ଆମ ବୋଉ l
ରୋଗ ଶେଯେ ପଡି କାନ୍ଦୁ ଥିଲେ ଗଡି, ଆଉଁସି ଦିଅଇ ଯେହୁ
କେତେ ଦେବାଦେବୀ ଅର୍ଘ୍ୟ ଢାଳୁଥାଏ, ସିଏ ପରା ଆମ ବୋଉ l
ଯେତେ ବଡ଼ ମୁହିଁ ହୋଇ ଥାଏ ପଛେ, ପିଲା ବୋଲି କୁହେ ସେହୁ
ବୋହୁ ଜ୍ୱାଇଁ କରି ଆନନ୍ଦ ଲଭଇ
ସିଏ ପରା ଆମ ବୋଉ l
ପିଲା ଯାହା ଭାବେ ମାଆ ତା ଜାଣଇ, ବିଧିର ବିଧାନ ଏହୁ
ପିଲା ପାଇଁ କରେ ଜୀବନ ଉତ୍ସର୍ଗ
ସିଏ ପରା ଆମ ବୋଉ l
ନାତି ନାତୁଣୀ ଙ୍କୁ ଅତି ସ୍ନେହେ ପାଳେ, ଜମା ରାଗେ ନାହିଁ ଯେହୁ
ମୋହର ବୋଝରୁ ତିନି ଭାଗ ନିଏ
ସିଏ ପରା ଆମ ବୋଉ l
ବୋଉର ଉପରେ କବିତା ଲେଖିବ
ଜନ୍ମ ହୋଇ ନାହିଁ କେହୁ
ଶିକ୍ଷାଦାତା ଜ୍ଞାନଦାତା କର୍ମଦାତା
ସିଏ ପରା ଆମ ବୋଉ l
