Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

3  

Kalandi pal

Inspirational

ଅଡ଼ୁଆ ଏ ରୀତି ନୀତି

ଅଡ଼ୁଆ ଏ ରୀତି ନୀତି

1 min
202


କେତେ ଯେ ଭିକାରୀ   ଦାଣ୍ଡରେ ତୁମରି

       ମାଗୁଥାନ୍ତି ହାତ ପାତି

କେହି ଚାହାନ୍ତିନି     ତୁମ ପାଶେ ପୁଣି

       ଗଦାନ୍ତି ମାଣିକ ମୋତି

   ପ୍ରଭୁ, ଏହା କେଉଁ ରୀତି ନୀତି ।


ଏକ ବ୍ରହ୍ମ ସ୍ଥିତି      ନାହିଁ ଦ୍ୱିତୀୟଟି

    ବ୍ରହ୍ମ ଯୋଗ ଗୀତା ସାର

ସବୁରି ଆତ୍ମାରେ     ବ୍ରହ୍ମ ସ୍ୱରୁପରେ

     ଥାଅ ତୁମେ ନିରନ୍ତର

ମାନବର ସେବା    ମାଧବଙ୍କ ସେବା

     କୁହନ୍ତି ଜ୍ଞାନୀଏ ନିତି

ମାନବର ଶତ୍ରୁ      ମାନବ ଏଇଠି

     ଲାଞ୍ଚ ଦେଇ ତୁମ କତି ।


ଯାହା ଦୁନିଆଁରେ   ଦେଖଇ ଆଖିରେ

      ସବୁ ତ ତୁମରି ଦାନ

ତୁମରି ଦରବ       ସମର୍ପି ମାନବ

     ପାଏ ଅବା କେଉଁ ପୁଣ୍ୟ

ପାପ ଯେ କରୁଛି   ଲାଞ୍ଚ ତ ଦେଉଛି

     ମନରେ ପାଉଛି ଶାନ୍ତି

ସତରେ କାଳିଆ    ବୁଝିବା ଅଡ଼ୁଆ

      ଅଡ଼ୁଆ ଏ ରୀତି ନୀତି ।


Rate this content
Log in

Similar oriya poem from Inspirational