STORYMIRROR

Binodini Dash

Inspirational

3  

Binodini Dash

Inspirational

ଗଛ ପରା ଆମ ଜୀବନ ଧନ

ଗଛ ପରା ଆମ ଜୀବନ ଧନ

1 min
165


ପ୍ରକୃତିର କୋଳେ ଜୀବନ ସକଳେ

ଆଦାନପ୍ରଦାନ ସହଯୋଗରେ

ଚଳି ଯାଇଥାନ୍ତି ହରଷେ ନିଇତି

ପ୍ରତ୍ୟକ୍ଷରେ ହେଉ କି ପରୋକ୍ଷରେ ।


ମାତ୍ର ଅଚେତନ ବୃକ୍ଷଟିର ଦାନ

ଅତୁଳନୀୟ ପରିବେଶ ପାଇଁ

ଦେଇ ଅମ୍ଳଜାନ ବାୟୁ ସନ୍ତୁଳନ

ରଖି ଜୀବନକୁ ରଖେ ଜୀଆଁଇ ।


କଳକାରଖାନା ଧୂଆଁଠାରୁ ଯେତେ

ବିଷାକ୍ତ ବାଷ୍ପକୁ ନିଅଇ ଶୋଷି

ରୋଗ ଦୁଃଖ ଦୂର କରିପାରି ସିଏ

ସକଳ ଜୀବନ ଥାଏ ଆଶ୍ବାସି ।


ସବୁଜ ପତର ଜାତିଜାତି ଫୁଲ  

ଫଳ ଖାଦ୍ୟଶସ୍ୟେ ଶୋଭଇ ବୁକୁ

କୀଟଠୁ ମାନବ ପଶୁପକ୍ଷୀ ଭବ

ଯେଝାମତେ ଭକ୍ଷିଥାନ୍ତି ତାହାକୁ ।


ପିନ୍ଧିବାକୁ ବାସ ରହିବାକୁ ବାସ

ପ୍ରଦାନ କରେ ନାନା ମହୌଷଧି

ମୂଲ୍ୟବାନ କାଠ ବି ଜାଳେଣି କାଠ

ଆମ ପାଇଁ ବୃଦ୍ଧି ସୁଖ ସମୃଦ୍ଧି ।


ମୃତ୍ତିକାକୁ ଚେର ଜାବୁଡ଼ି ଧରଇ

ସଂରକ୍ଷିତ ରହେ ନ ହୋଇ କ୍ଷୟ

ପାଚେରୀ ସଦୃଶ ବନ୍ୟା ବାତ୍ଯା ରୋଧି

ଜୀବନକୁ ଦେଇଥାଏ ଅଭୟ ।


ଗଛଲତା ପାଇଁ ବରଷା ଆସଇ

ପଲ୍ଲବୀ ଉଠଇ ଧରଣୀ କୋଳ

ଗ୍ରୀଷମ ତାପକୁ ନିବାରି ସଭିଏଁ

ଆନନ୍ଦୋଲ୍ଲାସରେ କାଟନ୍ତି କାଳ ।


ତା' ଶୀତଳ ବାଆ ତୃପ୍ତ କରେ ହିଆ

ପଥିକର ଶ୍ରମ ହରଇ ଛାଇ

ଗଛଟିଏ ସମ ଉତ୍ତମ ବନ୍ଧୁଟେ

ଧରା ପରେ ଦୃଶ୍ୟମାନ ନୁହଁଇ ।


ଗୋଟିଏ ଗୋଟିଏ ଗଛ ମିଶ୍ରଣରେ

ତିଆରି ହୁଅଇ ବଣଜଙ୍ଗଲ

ଲୋକହିତ ସାଧି ଧନ ବାଣ୍ଟିଦେଇ

ସକଳ ପାଇଁ ତା' ଦାନ ଅତୁଲ ।


ନିଃଶ୍ବାର୍ଥପର ଜୀବନ ତାହାର

ଖାଲି ଦେଇଚାଲେ ଜୀବନଯାକ

ବଦଳରେ କିଛି କେବେ ଚାହିଁ ନାହିଁ 

ତାହା ପାଇଁ ସୁନା ଆମ ମୁଲକ ।


ଗଛ ବିନା ମହୀ ତିଷ୍ଠି ନ ପାରଇ

ସବୁ ପରା ଏଠି ହୋଇବ ଶୂନ୍ୟ

ତାହାର ସୁରକ୍ଷା ଆମର ସୁରକ୍ଷା

କର୍ତ୍ତବ୍ୟ ପଥରେ ରଖିବା ଧ୍ୟାନ ।


ହୋଇ ଏକ ମୁଷ୍ଠି କରିଦେବା ସୃଷ୍ଟି 

ନୂତନ ଜଙ୍ଗଲ କେତେକେଜାଣି

ଧନର ଅଭାବ ପଡ଼ିବନି କେବେ

ଯେଣୁ ସିଏ ଆମ ଧନର ଖଣି ।


ଜୀବନ ଜୀବିକା ଯୋଗାଇ ଆମକୁ

କରିକରି ଅଭାବର ପୂରଣ

ଦେବ ସମ ସିଏ ପାଖେ ପାଖେ ଥାଏ

ସାଜି ପରା ଆମ ଜୀବନ ଧନ ।



Rate this content
Log in

Similar oriya poem from Inspirational