STORYMIRROR

Bharati Lenka

Inspirational Others

3  

Bharati Lenka

Inspirational Others

ମୋ ମାର୍ଗଦର୍ଶନ

ମୋ ମାର୍ଗଦର୍ଶନ

1 min
191


କାହିଁକି ମାଆ ଲୋ ଏମିତି କଷଣ

 ମୋ ପରେ ଦେଉଛୁ ଲଦି,

 କି ଦୋଷ କରିଲି ପାରେନାହିଁ ଜାଣି

 ଶୂନ୍ୟ ହୋଇଲାଣି ବୁଦ୍ଧି ll

ଶରୀର ହେଲାଣି ଦୁର୍ବଳ ମୋହର

 ପଡିଲେଣି ମାଆ ଥକି

 ମାଆ ମାଆ ବୋଲି ଶୁଖିଲାଣି ତଣ୍ଟି

ଆଉ ପାରୁନାହିଁ ଡାକି ll

ବୁଡେଇ ମାରିବା ଥିଲା ଯେବେ ଇଚ୍ଛା

କାହିଁ ଲଗାଇଲୁ କୂଳେ,

 କୂଳେ ଛିଡା କରି କାହିଁ ପୁଣି ମାଆ

ପକାଉ ଅଥଳ ଜଳେ ll

ନାହିଁ ଆଉ ଆଶ ତୋଳିବାକୁ ବାସ

ଭରଷା ଗଲାଣି ତୁଟି

ଯାହାଙ୍କୁ ଭାରସା କରିଥିଲି ମାଆ

 ଅଣ୍ଟି ଛୁରୀ କାଟେ ତଣ୍ଟି ll

ଛିନ୍ନ ମସ୍ତା ହୋଇ ସଂସାର ରେ କେହି

ରହିଛିକି ବଞ୍ଚି କହ

 କେମିତି ବଞ୍ଚିବି ଏ ହୀନ ଶରୀରେ

 ନାହିଁ ଆଉ ମାୟା ମୋହ ll

 କ୍ଷୀର ସୁଖୀ ଗଲେମାଆର କି କାମ

 ପାଣି ସୁଖୀ ଗଲେ ନାଆ

ସେପରି ମୋ ଭାଗ୍ୟ ଖେଳୁଛି ମୋ ସାଥେ

 ପାଉନାହିଁ ଟିକେ ରାହା ll

 ସୁଖର ସ୍ୱାଦ ମାଆ ଚାଖି ନାହିଁ କେଭେ

 କରିନାହିଁ କେଭେ ଲୋଭ

ସମସ୍ତେ ଦୁରେଇ ଯାଇଥିଲେ ମାଆ

ତୋ ସାଥିରେ ଥିଲା ଭାବ ll

 ଜାଣି ଥିଲି ଯାର ମାଆ ଅଛି ତାର

ଦୁନିଆ କୁ ନାହିଁ ଡର,

ମାଆ ଥାଉ ଥାଉ ମୋ ସଂସାର ଆଜି

 କାହିଁ ହୁଏ ଛାର ଖାର ll

ପଶ୍ଚାତାପ ଆଜି କରୁଛି ମାଆଲୋ

 ଯାହାଙ୍କୁ ଜନମ ଦେଲି,

ତାଙ୍କରି ପାଇଁକି ଦୁନିଆ ଦାଣ୍ଡରେ

କାନ୍ଦି କାନ୍ଦି ଆଜି ମଲି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational