STORYMIRROR

Kalandi pal

Inspirational

3  

Kalandi pal

Inspirational

ହେରା ପଞ୍ଚମୀ

ହେରା ପଞ୍ଚମୀ

1 min
129


ପାଦରୁ ଲିଭିନି   ପାଟ ଅଳତା ଲୋ

      ଫିଟିନି ଆଷାଢ଼ ସୂତା

ମନେ ପଡିଗଲା    ମାଆର ପଣତ

     ମାଉସୀର ପୋଡ଼ପିଠା ।


ଦେଇ ଚାଲିଗଲ   କଳମ ଶାଗ ଲୋ

     ଡାଳୁଅ ମୋଟା ଚାଉଳ

ଗୁଣ୍ଡିଚାରେ ରଥେ ଭାଇ ଭଗ୍ନୀ ସାଥେ

     ଏକାକିନୀ କରିଗଲ।


  ଜନ୍ମବେଦିରେ ରାସ ରଚିଲ

ଭାବିଲନି ଥରେ    ଶିରି ମନ୍ଦିରରେ

ପତି ବିନା ନୂଆବୋହୂଟି ମନରେ

    ଏକା ଲଭି ନିଃସଙ୍ଗତା ।


ଚାରିଦିନ ଶେଷେ ବିମଳା ଆଦେଶେ

    ଧରି ମୋହ ମନ୍ତ୍ର ଧୂଳି

ଭୁଲି ବୋହୂଟିଏ    ପାଗଳି ପରାଏ

    ଧାଇଁଲେ ଦର୍ଶନ କରି।


  ହେରା, ଗୋହିରିରେ ଲୁଚି କରି

ଶରଧାବାଲିରେ  ଭାଙ୍ଗି ନନ୍ଦିଘୋଷ

ମୋହ ମନ୍ତ୍ର ଧୂଳି  ଫିଙ୍ଗି କଲେ ବଶ

    ଫେରିଲେ ଜଗତ ମାତା ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational