STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପୁଣ୍ୟ ସୋମବାର

ପୁଣ୍ୟ ସୋମବାର

1 min
148


ପୁଣ୍ୟ ସୋମ ବାର ପୁଣ୍ୟ ବେଳାରେ

  ଆସ ଆମେ ଯିବା ସାଥି ହୋଇରେ

କାନ୍ଧେ ଥିବ କାଉଡ଼ି ମୁଖରେ ନାମ

    ଚାଲରେ ଯିବା ପୁଣ୍ୟ ପଥରେ


ଶ୍ରାବଣ ମାସ ରେ ଶିବ ଙ୍କୁ ଦେଖିବା

ମନର ଦୁଃଖ କୁ ଶିବ ଙ୍କୁ କହିବା

ମନ ଜାଣି ଦେବେ ଭୋଳା ଶଙ୍କର

ଗୁହାରି କରିବା ଆମେ ଦେଇ ଅନ୍ତର


ସଂକଳ୍ପ ନେଇ ଯିବା ଏକ ମନରେ

   କାନ୍ଧେ ବୋହି ନେବା ପୁଣ୍ୟ ଜଳ ରେ


ମିଛ ସଂସାର ରେ କିଛି ନୁହେଁ ସତ

ମଲା ବେଳେ ଯିବା ଶୂନ୍ୟ ହୋଇତ

ଶିବ ଙ୍କ ପୟରେ ଲୟ ଦେବା ଲଗାଇ

ଶିବ ହିଁ ଭରସା ବାଟ ଦେବେ ଦେଖାଇ


କଷ୍ଟ ସହି ଯିବା ଏଇ ଶରୀର ରେ

   ଭକ୍ତି ରଖି ଯିବା ପୁଣ୍ୟ ମନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational