ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି
ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି
ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି
ଭକତ ଚାଲଇ ବାବା ସୁମରି
ଚାଲ ରେ ଭକତ ବାବା ସୁମରି
ପୁଣ୍ୟ ନଦୀ ଜଳ କୁମ୍ଭ ରେ ଭରି
କାଉଡ଼ି କାନ୍ଧ ରେ ଧରିଥା ଭିଡ଼ି
ବୋଲ ବମ୍ ବୋଲ ବମ୍ ମୁଖେ ଉଚାରି।
ଚାଲ ରେ ଭକତ
ଶ୍ରାବଣ ମାସ ର ବରଷା ଧାରା
ସେ ଧାରା ର ମଜା ଅଟେ ନିଆରା
ବାବାଙ୍କ ଭକତ ଆଜି ଚଞ୍ଚଳ
ଶିବଙ୍କ ନାମ ରେ ଉଠଇ ରୋଳ
ବାଟ ଘାଟ ଆଜି ଉଠୁଛି ପଡୁଛି
ସଂସାର ଭୁଲିଛି ଆଜି ସଂସାରୀ।
ଚାଲ ରେ ଭକତ
ଭୋଳା ବାବା ଆମ ଜଳେ ସନ୍ତୁଷ୍ଟ
ଭକ୍ତି ରେ ପୂଜିଲେ ନିବାରେ କଷ୍ଟ
ଆଶୁତୋଷ ସିଏ ତାଙ୍କୁ ପୁଜିବା
ସବୁ ଦୁଃଖ ଶୋକ ନାଶ କରିବା
ଝୁଲ ରେ ଭକତ ଝୁଲ୍ ଶିବ ନାମେ
ତୋ ଦୁଃଖ ହରିବେ ସେ ତ୍ରିପୁ ରାରି।
ଚାଲ ରେ ଭକତ ବାବା ସୁମରି
ଚାଲ ରେ ଭକତ ବାବା ସୁମରି ।
