STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି

ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି

1 min
121

ପୁଣ୍ୟ ନଦୀ ଜଳ କୁମ୍ଭରେ ଭରି

  ଭକତ ଚାଲଇ ବାବା ସୁମରି

ଚାଲ ରେ ଭକତ ବାବା ସୁମରି

ପୁଣ୍ୟ ନଦୀ ଜଳ କୁମ୍ଭ ରେ ଭରି

  କାଉଡ଼ି କାନ୍ଧ ରେ ଧରିଥା ଭିଡ଼ି

ବୋଲ ବମ୍ ବୋଲ ବମ୍ ମୁଖେ ଉଚାରି।  


  ଚାଲ ରେ ଭକତ

ଶ୍ରାବଣ ମାସ ର ବରଷା ଧାରା

ସେ ଧାରା ର ମଜା ଅଟେ ନିଆରା

ବାବାଙ୍କ ଭକତ ଆଜି ଚଞ୍ଚଳ

ଶିବଙ୍କ ନାମ ରେ ଉଠଇ ରୋଳ

ବାଟ ଘାଟ ଆଜି ଉଠୁଛି ପଡୁଛି

ସଂସାର ଭୁଲିଛି ଆଜି ସଂସାରୀ।


ଚାଲ ରେ ଭକତ

ଭୋଳା ବାବା ଆମ ଜଳେ ସନ୍ତୁଷ୍ଟ

ଭକ୍ତି ରେ ପୂଜିଲେ ନିବାରେ କଷ୍ଟ

ଆଶୁତୋଷ ସିଏ ତାଙ୍କୁ ପୁଜିବା

ସବୁ ଦୁଃଖ ଶୋକ ନାଶ କରିବା

ଝୁଲ ରେ ଭକତ ଝୁଲ୍ ଶିବ ନାମେ

 ତୋ ଦୁଃଖ ହରିବେ ସେ ତ୍ରିପୁ ରାରି।


ଚାଲ ରେ ଭକତ ବାବା ସୁମରି

ଚାଲ ରେ ଭକତ ବାବା ସୁମରି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational