ସମାଜ ଓ ଶିଶୁ
ସମାଜ ଓ ଶିଶୁ
ଦୁନିଆଁରେ ଯେତେ ଜୀବଜନ୍ତୁ ଅଛନ୍ତି
ମଣିଷଟି ସାମାଜିକ ।
ସମାଜରେ ରହି ମଣିଷ ପଣିଆ
ଦିଏଟି ଜୀବନ ଯାକ ।।
ଆଜିକାର ଶିଶୁ ଆସନ୍ତାକାଲିର
ହୋଇଥାଏ ନାଗରିକ ।
ସମାଜ ଉନ୍ନତି ସମ୍ଭବ ହୋଇବ
ଶିଶୁ ହେଲେ ଜାଗତିକ ।।
ପିତାମାତାଙ୍କର ପରମ କର୍ତ୍ତବ୍ୟ
ଶିଶୁଙ୍କୁ ଛୋଟରୁ ବଡ଼ ।
ସଳଖ ରାସ୍ତାରେ ବାଟ କଢ଼ାଇବା
ନ ହେଲେ ତ ଗଡ଼ବଡ଼ ।।
ଅପେକ୍ଷା ରଖୁଛି ଆଜିର ସମାଜ
ଏବେର ଶିଶୁଙ୍କ ପାଇଁ ।
ସୁସ୍ଥ ସମାଜଟି ଗଢ଼ିଦେବା ଆଶା
ଦେଶ ହିତ ଅଛି ଯହିଁ ।।
ନିଜ ଦେଶ ଭାଷା ନିଜର ସଂସ୍କୃତି
ମାତୃଭୂମିର ପ୍ରଗତି ।
ସମାଜ ଚାହୁଁଛି ଶିଶୁଙ୍କ କର୍ମରେ
ଭରିଯାଉ ଦେଶ ପ୍ରୀତି ।।
ସମାଜ ଓ ଶିଶୁ ଓତଃପ୍ରୋତ ଭାବେ
ମୁଦ୍ରାର ଦୁଇଟି ପାର୍ଶ୍ଵ ।
ତାଙ୍କ ହାତମୁଠା କରିବ ପ୍ରଗତି
ପୂର୍ଣ୍ଣ ସଫଳତା ପ୍ରାପ୍ତି ।।
