Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଆ ସୁନାଫୁଲ ଆ

ଆ ସୁନାଫୁଲ ଆ

1 min
132



      ଆ ସୁନାଫୁଲ ଆ

ବସ୍ତାନିରେ ଭରି   ବହି ଓ ସିଲଟ

     ଯିବା ପାଠଶାଳା ଆ ।


ଛବିଳ ଆମର   ମଧୁ ବର୍ଣ୍ଣବୋଧ

     ପଢ଼ିବା ଅକ୍ଷର ଚିହ୍ନି

ଗୁରୁଜୀ ଗୁରୁମା   ଶୁଣାଇବେ ଗପ

     ତାଙ୍କ କଥା ଶୁଣି ମାନି

      ମଡାଇବା ଅ ଆ

ହେଲେ ବର୍ଣ୍ଣବୋଧ   ବାଡି ଚିତା ନଗୀ

     ମାତ୍ରାକାର ଶିଖିଯିବା ।

ଆ ସୁନାଫୁଲ ଆ----


ମନକୁ ଲଗାଇ   ଧିରେ ଧିରେ ପାଠ

     ପଢିଯିବା ଯୁକ୍ତାକ୍ଷର

କଥାଗୀତ ସବୁ   ଡିଗି ଡିଗି ହୋଇ

     ଉଚ୍ଚାରିବା ଅନର୍ଗଳ

    ହେବା ଆମେ ସୁନାପିଲା

ଖାତା ପେନସିଲ     କଲମ ଧରିବା

    ଟେକ ହେବ ଆମ ନାଆଁ ।

ଆ ସୁନାଫୁଲ ଆ----


ଗୋଲଗୋଲ କରି   ଧାଡିରେ ଅକ୍ଷର

      ହସ୍ତାକ୍ଷର ଚିତ୍ରାଙ୍କନ

ଲେଖିବା ରଚନା    କବିତା କାହାଣୀ

      ପଢ଼ିବା ଜ୍ଞାନ ବିଜ୍ଞାନ

      ଗଣନା କରିବା ସ°ଖ୍ୟା

ସହଜ ସୁନ୍ଦର     ମିଶାଣ ଫେଡାଣ

     ଘୋଷିଦେବା ପଣିକିଆ ।

ଆ ସୁନାଫୁଲ ଆ-----


Rate this content
Log in

Similar oriya poem from Inspirational