STORYMIRROR

Akshayakumar Dash

Abstract Inspirational Children

3  

Akshayakumar Dash

Abstract Inspirational Children

ମୋ ଦେଶ

ମୋ ଦେଶ

1 min
156


କାର୍ତ୍ତିକ ମାସେ ବୋଇତ ପାଶେ

ସାଧବ ପୋତ ଠେଲି,

ନଦୀ ସାଗର କରି ଆଦର 

ବଣିକ ନାବ ପେଲି।

ବେପାର ଦୂର ରାଇଜ ପୁର

ଜାଭା,ସୁମିତ୍ରା, ବାଲି,

ସିଂହଳ,ଦେଶ ଠାରୁ ବିଦେଶ 

ଲାଗୁଛି ପରି କାଲି।

ଧନ ଦରବେ ଆମେ ସରବେ 

ବିଭବ ଥିଲା ଭରା,

କଳିଙ୍ଗ ବାସୀ ବଡ ସାହାସୀ

କଥାବି ଥିଲା ପରା।

ଧନୀକ ବୀର ସଚ୍ଚୋଟ ଧୀର

ସରଳ ଜନଗଣ,

ସାଧବ ଆମେ ମହତ କାମେ 

ଲଗାଉଥାଉ ମନ।

ଉତ୍କଳ ମାଟି କିରତି ଛାଟି

କୋଣାର୍କ ବଡ ଶୋଭା,

ମନ୍ଦିର ଆମ ଜଗତ ଧାମ

ଶ୍ରୀକ୍ଷେତ୍ର ମନ ଲୋଭା।

ଖାରବେଳଙ୍କ ଶାସନ କାଳ

ଗଙ୍ଗାଠୁ ଗୋଦାବରୀ ,

ସ୍ବାଧିନ ରାଜ୍ୟ କଳିଙ୍ଗ ହେଜ

ଦେଖାଉ ବାହାଦୂରୀ।

ବୁଦ୍ଧ ବିହାର ମଠ ମନ୍ଦିର

ଧଉଳି ପୁଷ୍ପ ଗିରି,

ବନ ପ୍ରାନ୍ତର ନଦୀର ଧାର

କେଦାର ଖେତ ଶିରୀ।

ହଜିଲା ପୋତ ଗଲା ବୋଇତ 

କିରତୀ ରଖି ଆଜି ,

କାର୍ତ୍ତିକ ଦିନ ନଦୀ ସିନାନ

ସ୍ମାରକ ଡଙ୍ଗା ସାଜି।

ସାଧବ ଆମେ କଳିଙ୍ଗ ନାମେ 

ଜଗତେ ଥିଲା ଯଶ ,

ଆସ ଗଢ଼ିବା ଦେଖାଇଦେବା 

 ଓଡ଼ିଆ ପୁଅ ହସ।


Rate this content
Log in

Similar oriya poem from Abstract