STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଓଡ଼ିଆ ପୁଅ ମୁଁ

ଓଡ଼ିଆ ପୁଅ ମୁଁ

1 min
197


ବିରଜା ମାଟିର   ଓଡ଼ିଆ ପୁଅ ମୁଁ

   ମୁଣ୍ଡରେ ବିଜୟ ଟୀକା

ଉତ୍କଳ କୋଶଳ  କଙ୍ଗୋଦ କଳିଙ୍ଗ

    ପ୍ରଦେଶ ଉଡ୍ର ଓଡିଶା ।


ପ୍ରଭୁ ଲିଙ୍ଗରାଜ   ବାବା ଲୋକନାଥ

     ସ୍ୱୟମ୍ଭୁ ଉଦୟାଚଳ

ପତିତପାବନ   ଶ୍ରୀପୁରୁଷୋତ୍ତମ

    ଶ୍ରେଷ୍ଠ ଧାମ ନୀଳାଚଳ ।


ଚତୁର୍ଦ୍ଧାମୂରତି   ମୁକତି କୈବଲ୍ୟ

     ମହାପ୍ରଭୁ ଜଗନ୍ନାଥ

ଜୀବନ ସଞ୍ଚରେ   ମୋ ପାଣିପବନ

     ପ୍ରାଣସିକ୍ତ ସୁରଭିତ ।


ଧୋଇଦିଏ ପାଦ    ଉଚ୍ଛଳ ଜଳଧି

    ପ୍ରବାହିତ ସ୍ରୋତସ୍ୱନୀ

ହସେ ବିଲବନ   ସୁନାର ଫସଲ

   ଓଡ଼ିଶା ମୋ ରାଜାରାଣୀ ।


ମୋ ମାଟିର ପୁଅ   ଓଡ଼ିଆ ପାଇକ

     ଉଷୁମ ରକତ ଢାଳି

ଉଡାଇଥିଲା ସେ   ବିଜୟ କେତନ

   ଗଙ୍ଗାଠାରୁ ଗୋଦାବରୀ ।


ନୃତ୍ୟ ଗୀତ କଳା  ଉତ୍କର୍ଷ ଭାସ୍କର୍ଯ୍ୟ

    ଓଡ଼ିଶା ବୟନ ବାନ୍ଧ

ଆମ ପରମ୍ପରା  ନୈ।ବାଣିଜ୍ୟ ଗାଥା

    ଅଟେ ପୁରାଣ ପ୍ରସିଦ୍ଧ ।


ଜାଗି ଉଠେ ମନେ   ପୂରୁବ ଐତିହ୍ୟ

    ଆକାଶେ ପୁଣ୍ୟ ପ୍ରଦୀପ

ଭାସି ଯାଆ ମୋର  ପଟୁଆର ନାଆ

    ମନାସେ ଶୁଭ କାର୍ତ୍ତିକ ।

        



Rate this content
Log in

Similar oriya poem from Inspirational