STORYMIRROR

Surama Mishra

Children Stories Inspirational Children

3  

Surama Mishra

Children Stories Inspirational Children

ଯାଆରେ କରୋନା ଯା

ଯାଆରେ କରୋନା ଯା

1 min
38

ଯାଆରେ କରୋନା ଯାଆରେ

ଆମ ରାଇଜ ସଅଳ ଛାଡ଼ରେ

ଆମେ ଓଡ଼ିଆତ ଶାନ୍ତିପ୍ରିୟରେ

ତୁ ଆମଠୁ ଦୂରେଇ ରହରେ  (1)

ବୁଢ଼ୀ ମାଆଟି ବସିଛି ଦୁଆରେ

କିଆଁ ସୁରଟରୁ ପୁଅ ନଫେରେ

ଭୋକ ଉପାସରେ ପୁଅ ସେଠାରେ

ପଡିଥିବ କେଡେ ଅସହାୟରେ (2)

ପେଟକୁ ତା' ଦାନା ଗୋଟେ ଯାଉନି

ତା'ର ଆଖିରେ ପଲକ ପଡୁନି

ପୁଅ ମୁହଁ ଆଖି ଆଗେ ନାଚୁଛି

ସେ ତ କଳା ଠାକୁରଙ୍କୁ ଡାକୁଛି(3)

ମୋ' ପୁଅକୁ ଫେରାଇ ଆଣ ହେ

ମୋର କୋଳ ପଡ଼ିଅଛି ଶୂନ୍ୟରେ

ତୁମେ ଫେଡି ଦିଅ ମୋର କଷଣ

ତୁମ ପାଦ ତଳେ ଗଲି ଶରଣ(4)

ଆମେ ହାରିବୁନି କେବେ ହାରିବୁନି

ତୋର ହାବୁଡ଼ରେ ଆଉ ପଡ଼ିବୁନି

ଏବେ ସଚେତନ ହୋଇ ରହିବୁ

ତୋ' କବଳରୁ ମୁକ୍ତି ପାଇବୁ   (5)

ଆମେ ଜିତିବୁରେ ଆମେ ଜିତିବୁ

ଆମ ସ୍ୱାଭିମାନ ଆମେ ରଖିବୁ

ସାରା ବିଶ୍ୱକୁ ଏ ବାର୍ତା ପଠାଇ

ଆମେ ଦେଶର ମଙ୍ଗଳ ସାଧିବୁ (6)

ଆମେ ଓଡିଶା ମାଟିର ସନ୍ତାନ

ଆମ ଦେହେ ଜାଗୁଅଛି କମ୍ପନ

କିପରି ତୋତେ ଏ ମାଟିରୁ ହଟାଇ

କରିବୁ ରେ ଶାନ୍ତିର ସ୍ଥାପନ ॥(7)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍