STORYMIRROR

pranati Mahapatra

Children

3  

pranati Mahapatra

Children

ପୀତବାସ

ପୀତବାସ

1 min
53

ତୁମ ନାମରୁ ଝରୁଛି ମଧୁରସ

ଆହେ ପୀତବାସ,

ନାମ ରସ ପିଇ ମତୁଆଲା ହୁଏ

ଲୋଡାନାହିଁ ମୋର ମିଛ ହସ।

ଆହେ ପୀତବାସ ।


ତୁମ ଓଠରୁ ଝରୁଛି ନୟନୁ ଝରୁଛି

ମୁଖରୁ ଝରୁଛି ମଧୁବାସ,

ସେ ବାସ ଆଘ୍ରାଣେ ଫେରି ଆସୁଅଛି

ମୋ ଜୀବନ ଆତ୍ମବିଶ୍ୱାସ।

ଆହେ ପୀତବାସ।


ତୁଳସୀ ହସୁଛି, ଅଭଡ଼ା ହସୁଛି

ହସୁଛି ନୀଳଚକ୍ର ନେତ

ବାଇଶି ପାହାଚ ବଡ଼ଦାଣ୍ଡ ପୁଣି

ମହୋଦଧି ଯେ ଖୁସି ତ।

ସେ ଖୁସିରେ ଆଜି ମୋ ହୃଦ କନ୍ଦରୁ

ଛୁଟେ ମହମହ ବାସ।

ଆହେ ପୀତବାସ ।


ଶରଧା ବାଲିରୁ ସରଧା ବହଇ

ଲୋଡାନାହିଁ ତତଲା ନିଶ୍ଵାସ,

ଅରୁଣ ସ୍ତମ୍ଭକୁ କୁଣ୍ଢେଇ ଧରିଲେ

ପାଏ ପ୍ରିୟଜନଙ୍କ ସନ୍ତୋଷ,

ତୋ ସ୍ଵର୍ଗ ଦୁଆରେ ଚିତା ଜଳିବାକୁ

ମନରେ ରଖିଛି ଆଶ।

ଆହେ ପୀତବାସ ଆହେ ପୀତବାସ

ଆହେ ପୀତବାସ ଆହେ ପୀତବାସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children