STORYMIRROR

Tapan Kumar Biswal

Classics Inspirational Children

3  

Tapan Kumar Biswal

Classics Inspirational Children

ଝରକା

ଝରକା

1 min
123


ନୁଆଁଣିଆ ଚାଳ ଛପର ଘର 

ପଥର ସିମେଣ୍ଟର କୋଠା

କିମ୍ବା ସହରର ବଡ଼ ବଡ଼ ଆପାଟମେଣ୍ଟ

ସବୁଠି ସବୁବେଳେ ଝରକାର 

ସ୍ଥାନ ସ୍ୱତନ୍ତ୍ର ଏବଂ ନିଶ୍ଚିତ କହିଲେ ଚଳେ ll


ଆପାଟମେଣ୍ଟରେ ଝରକା ତାର ସ୍ଥାନ

ଏବେ ସଂକଟରେ

ମିଳୁନି ପୂର୍ବ ପରି ଆଦର

କାରଣ ତା ସ୍ଥାନରେ ବାଲକୋନି

ଭାଗ ବସାଇଛି ll


କେଉଁ ଆଦିମ ଯୁଗରୁ ମଧ୍ୟ 

ଘର ସହିତ ନିବିଡ଼ ସମ୍ପର୍କ ଥିଲା ଝରକା ସହ 

ମାଟି ଓ କିଛି କାଠ ରେ ତିଆରି ହେଉଥିଲା ସେତେବେଳେ 

କିନ୍ତୁ ଏହା ଝରକାର ସ୍ୱୟଂ ସମ୍ପୁର୍ଣ୍ଣ ରୂପ ନୁହଁ ll


ଉତ୍ତମ ଆଲୋକ

ଶୀତଳ ମଳୟ ପବନ

ବିଶୁଦ୍ଧ ଅମ୍ଳଜାନ ଇତ୍ୟାଦି

ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ 

କରିପାରିଥାଏ ଝରକା ll


ମନେପଡେ ଆଜି ଗାଁରେ

ସେ ଛୋଟ ଘର 

ଛୋଟ ଘରର ସେ ଛୋଟ ଝରକା

ସାଉଁଟିଛି ଅନେକେ ମିଠା ମିଠା ସ୍ମୃତିକୁ ll


ପୋଡ଼ାଶୀ ସହ ଭାବର ଆଦାନ ପ୍ରଦାନ

ଗାଁର ମେଳଣର ଆନଦ

ଡାକବାଲା ର ଡାକ ଶୁଭିଲେ 

ସଭିଏଁ ଟାଣି ହୋଇଯାନ୍ତି

ସେ ଝରକା ପାଖକୁ ll


ଏବେ କିନ୍ତୁ ତାହା ଇତିହାସ

ବଦଳି ଯାଇଛି ଝରକାର ସଂଜ୍ଞା ଓ ରୂପରେଖ

ଶରୀର ମଧ୍ୟ ଯାଇଛି ବଦଳି ତାର

ଗଢ଼ା ହେଉଛି ଲୁହା କାଚ ଆଦି ଅନେକ 

ମୂଲ୍ୟବାନ ଧାତୁ ରେ 

ଦିଶୁନାହଁ କିମ୍ବା ଦେଖୁନାହିଁ 

ତାହା ମଧ୍ୟ ଅଜଣା 

ଏବେ ସବୁ ଖାଲି ହିଁ ଇତିହାସ ll


ଆଗରୁ ଘରକୁ କୁଣିଆ ଆସିଲେ

ତାର ସୂଚନା ମିଳୁଥିଲା ପ୍ରଥମେ ଝରକାରେ

ଏବେ କିନ୍ତୁ ସ୍ମାର୍ଟ ଫୋନେ ଯୁଗ 

ନ ଆସିବା ପୂର୍ବରୁ ବି ମିଳିଯାଉଛି ସୂଚନା ll


କିନ୍ତୁ ଏବେବି ଝରକା ସ୍ମୃତି ଜୀବନ୍ତ

ଭବିଷ୍ୟତରେ ରହିବ ମଧ୍ୟ

ଘର ଠାରୁ କେବେ କିଏ ବା 

ଅଲଗା କରିପାରିବ ଝରକାକୁ

ଆବଶ୍ୟକ ରହିଛି ଏବଂ ରହିଥିବ ମଧ୍ୟ

ତୁମର ଇଚ୍ଛା ଥାଉ ବା ନଥାଉ ll


          


Rate this content
Log in

Similar oriya poem from Classics