Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Children

3  

Gunanidhi Samal

Children

ପାହିଲା ରାତି

ପାହିଲା ରାତି

1 min
11.7K


ସୂରୁଯ ଉଇଁଲା ପାହିଲା ରାତି

ଉଡିଉଡି ଗଲେ କଜଳପାତୀ,

ପଡିଲା ଖରା

ହସିଲା ଧରା,

କାଉ ରାବିଲାଣି ଉଠରେ ଉଠ

ପାଠ ପଢିଯିବା ନକର ମଠ ।

ସୂରୁଯ ଉଇଁଲା ପାହିଲା ରାତି

ହଳନେଇ ଚାଲିଗଲାଣି ଚାଷୀ,

କରିବ ହଳ

ବୁହାଇ ଝାଳ,

ଧନ୍ୟ ଧାନ୍ୟରେ ପୁରିବ ଦେଶ

ନ'ରହିବେ ଆଉ କେହି ଉପାସ ।

ସୂରୁଯ ଉଇଁଲା ପାହିଲା ରାତି

ଲୁଚିଗଲେ ତାରା ଗୋଟିକି ଗୋଟି,

ଫୁଲ ଫୁଟିଲା

ବାସ ଛୁଟିଲା,

ନିତ୍ୟକର୍ମ ସବୁ ସହଳ ସାର

ପାଠପଢା ଆଗୁ ପ୍ରାର୍ଥନା କର ।

ସୂରୁଯ ଉଇଁଲା ପାହିଲା ରାତି

ଗାଆଁ ମନ୍ଦିରରୁ ଶୁଭିଲା ଘଣ୍ଟି,

ମନ୍ଦିର ଯିବା

ପୂଜା କରିବା,

ଠାକୁରଙ୍କ ପାଶେ କହିବା ଯାଇ

ରୋଗ ବଇରାଗ ଦିଅ ହଟାଇ ।



Rate this content
Log in

Similar oriya poem from Children