STORYMIRROR

Jeenashree Routray

Children Stories

3  

Jeenashree Routray

Children Stories

ଜୀବନ

ଜୀବନ

1 min
150

ଜୀବନ ଏକ ମଧୁର ବନ୍ଧନେ ଗଢ଼ା

ବଞ୍ଚିବା ପାଇଁ ସଂପର୍କ ଲୋଡ଼ା

ନଦୀ ଖୋଜି ଥାଏ ବୋହିବାକୁ

ସମ୍ପର୍କ ଖୋଜୁ ଥାଏ

 ଏକାଠି ରହିବାକୁ

ତୁଠକୁ ଯିବା ପାଇଁ ଖୋଜୁଥାଏ ତଟିନି

ମନ ମୋହି ଯାଏ ମଧୁର ବଚନ ଶୁଣ

ଜୀବନ ତ ସୁଖ ଦୁଃଖର ମିଶ୍ରଣ

ପରିସ୍ଥିତି ସହ ସବୁ କରିବାକୁ ହେବ ଗ୍ରହଣ

ଜୀବନ ରେ ଆସିଥାଏ ଅନେକ ବିପଦର ମୁଖ

ଦୁଃଖରେ ବି ଖୋଜିବାକୁ ହେବ ସୁଖ

ସୁଖ ଦୁଃଖର ମିଶା ଏ ଜୀବନ

ଅଛି ପୁଣି ଜୁଇ ଅଛି ବି ସପନ

ଜୀବନ ମାନେ ତ ବୁଝିଛି ଯିଏ

ପ୍ରକୃତ ମଣିଷ ଅଟଇ ସିଏ

ମଣିଷ ଜନମ ଅଟଇ ଦୁର୍ଲଭ

ସମ୍ପର୍କକୁ ନ ବୁଝିଲେ କି ହେବ ଲାଭ

ଈଶ୍ଵର ଦେଇଛନ୍ତି ଅନେକ ଜ୍ଞାନ

ଅଜ୍ଞାନେ ମଣିଷ କାଟୁଛି ଦିନ

ଜୀବନ ତା ଏକ ପାଣିଫୋଟୋକା

କେତେବେଳେ ଫୁସ ହୋଇଯିବ

ଚାହିଁ ରହିଥିବେ ସଭିଏଁ ତlଟକl

ଜୀବନକୁ କର ଉପଯୋଗ

ସମ୍ପର୍କରୁ ନ ହୁଅ କେବେ ବିୟୋଗ ।

ଏଇ ତ ଜୀବନ

ଭଲ କରମରେ କରିବା ଧ୍ୟାନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍