STORYMIRROR

Jeenashree Routray

Classics

3  

Jeenashree Routray

Classics

ମାଆ

ମାଆ

1 min
195


'ମା ' ନୁହେଁ ଯେ ମାମୁଲି ଶବ୍ଦ

ମୁଁ କି କରି ପାରିବି ବାଖ୍ୟା ତାକୁ

ହାର ମାନିଯାଏ ଶବ୍ଦ କୋଷ ର ଭଣ୍ଡାର

କମି ଯାଏ ଶବ୍ଦ ବର୍ଣ୍ଣନା କରିବାକୁ

ମମି,ମାମା ଠାରୁ ମା ଡାକ ଭାରି ନିଆରା

ସ୍ନେହମୟୀ ମା ତୁ ଏକା ଆସରା

କରୁଣାମୟୀ, ସ୍ନେହମୟୀ ସେଇ 

ଜଗତଜନନୀ

ତୋ ସେବା ରେ ଯାଉ ମୋ ଦିବସ ରଜନୀ

ବିନା ମୂଲ୍ୟ ରେ ଢାଳିଛି ସ୍ନେହ ର ଧାରା

ତା' ଅମୃତ ପାନ ରେ ସଂସାର

ଉଦ୍ଧlର ପରା

ଦଶ ମାସ, ଦଶ ଦିନ ଗର୍ଭ ରେ ଧରି

ଦେଖାଇଲୁ ଜଗତ

ତୁ ପରା ମୋ ପ୍ରଥମ ଶ୍ରେଷ୍ଠ ଗୁରୁ 

କଲୁ ମୋତେ ଶିକ୍ଷିତ

ଏ ଦୁନିଆ ରେ କିଏ ବା ଅଛି

ତୋ ଉପମା ଦେବ

ସକଳ ତୀର୍ଥ ତୋ ଚରଣେ

ମୋ ମା ପରି କିଏ ବ ହେବ ।

ମା ବିନା ମୋ ଜୀବନ ଅଧୁରା

ତୁ ଅଟୁ ମୋର ଜୀବନ ର ଧାରା


ତୋ ଠାରୁ ନାହିଁ ତ କେହି ବଡ

ସବୁ ଦୁଃଖ କଷ୍ଟ ସହି ତୁ କରିଲୁ ବଡ

ତୁମେ ତ କ୍ଷମା ର ସାଗର

ସୁଖର ଭଣ୍ଡାର

ତୋ ମୁହଁ ଦେଖିଲେ

ସୁରୁଖୁରୁ ରେ ଚାଲେ 

ଏ ସଂସାର ର ଭାର 

ସଂସାର ର ଡର ନ ଥାଏ

ତୁ ପାଖେ ଥିଲେ

ସୁଖ ସବୁ ଦୁଃଖ ହୁଅଇ ତୁ ଦୁରେ ଗଲେ

ତୋତେ ମୋର କୋଟି ପ୍ରଣତି

ଅଶୀର୍ବାଦ ର ହାତ ସଦା ଦେଉଥିବୁ ମୋ ମୁଣ୍ଡେ 

ଏତିକି ମୋର ମିନତୀ ।।



साहित्याला गुण द्या
लॉग इन

Similar oriya poem from Classics