ପ୍ରଭୁ ପର୍ଶୁରାମ
ପ୍ରଭୁ ପର୍ଶୁରାମ


ସ୍ରଷ୍ଟା ଙ୍କ ସୃଷ୍ଟି ଅନନ୍ୟ...
ଅନେକ ଉଦ୍ଭିଦ ଓ ପ୍ରାଣୀଜଗତେ ଏ ପରିପୂର୍ଣ୍ଣ
ଯୁଗେ ଯୁଗେ ଭଗବାନଙ୍କ ହୁଅଇ ଆବିର୍ଭାବ
ଅଧର୍ମ ର ଭାର ଯେବେ ଯେବେ ବଢିବ
ଭଗବାନ ଙ୍କ ଅବତାର ନିଶ୍ଚିତ ହୋଇବ ।
ଭଗବାନ ନିଅନ୍ତି ଅନେକ ଅବତାର
ବୈଶାଖ ଶୁଳ୍କ ତୃତୀୟା ଜନମ ନିଅନ୍ତି
ପ୍ରଭୁ ପର୍ଶୁରାମ।
ଦୁଇଟି ଶବ୍ଦ ଅତି ଦେବତୁଲ୍ୟ
ପ୍ରଥମ ଅଟଇ ପର୍ଶୁ
ଯାହା ଏକ ଅମୋଘ ଅସ୍ତ୍ର
ଦ୍ୱିତୀୟ ଟି ରାମ
ଯେ ଅଟେ ପ୍ରଭୁ ଶ୍ରୀ ରଘୁକୁଳ ଶ୍ରୀରାମ
ଦୁଇ ଟି ଶବ୍ଦ ର ମିଳନେ
ଗଠିତ ପ୍ରଭୁ ପର୍ଶୁରାମ ଙ୍କ ନାମ
ଭଗବାନ ବିଷ୍ଣୁ ଙ୍କ
ଷଷ୍ଠ ଅବତାର ଭୂମିଷ୍ଠ ହୁଅନ୍ତି ପ୍ରଭୁ ପର୍ଶୁରାମ
ତ୍ରେତୟା ଯୁଗେ ଅବତାରିତ
ପିତା ଯମଦଗ୍ନି ଓ ମାତା ରେଣୁକା ଙ୍କ ଠୁ
ହୋଇଲେ ଜାତ।
ଲୋକଙ୍କୁ ନ୍ୟାୟ ଦେବା ପାଇଁ
ପ୍ରଭୁ ମହାଦେବ ଦେଲେ ବର
ପର୍ଶୁ ଧାରଣ କରି ଯୁଗେ ଯୁଗେ ରହିଲେ ଅମର
ନ୍ୟାୟ ଓ ସତ୍ୟ କରମ ସେ ଭାବ ର ମୂର୍ତ୍ତି
ଲକ୍ଷ୍ୟ ତ ଅଟଇ ପାପିଙ୍କୁ ଦେବା ଦଣ୍ଡ
ଏ ପରି ତପସ୍ୟା ଥିଲେ ତାଙ୍କ ପାଇଁ ଅଖଣ୍ଡ
ତୁମ ପାଦ ତଳେ
ମୋର କୋଟି ପ୍ରଣତି
ମୋର କୋଟି ପ୍ରଣତି ।