STORYMIRROR

Jeenashree Routray

Others

3  

Jeenashree Routray

Others

ମାଆ

ମାଆ

1 min
276


'ମା ' ନୁହେଁ ଯେ ମାମୁଲି ଶବ୍ଦ

ମୁଁ କି କରି ପାରିବି ବାଖ୍ୟା ତାକୁ

ହାର ମାନିଯାଏ ଶବ୍ଦ କୋଷର ଭଣ୍ଡାର

କମି ଯାଏ ଶବ୍ଦ ବର୍ଣ୍ଣନା କରିବାକୁ

ମମି,ମାମା ଠାରୁ ମା ଡାକ ଭାରି ନିଆରା

ସ୍ନେହମୟୀ ମା ତୁ ଏକା ଆସରା

କରୁଣାମୟୀ, ସ୍ନେହମୟୀ ସେଇ 

ଜଗତଜନନୀ

ତୋ ସେବାରେ ଯାଉ ମୋ ଦିବସ ରଜନୀ

ବିନା ମୂଲ୍ୟରେ ଢାଳିଛି ସ୍ନେହର ଧାରା

ତା' ଅମୃତ ପାନରେ ସଂସାର

ଉଦ୍ଧାର ପରା

ଦଶ ମାସ, ଦଶ ଦିନ ଗର୍ଭରେ ଧରି

ଦେଖାଇଲୁ ଜଗତ

ତୁ ପରା ମୋ ପ୍ରଥମ ଶ୍ରେଷ୍ଠ ଗୁରୁ 

କଲୁ ମୋତେ ଶିକ୍ଷିତ

ଏ ଦୁନିଆରେ କିଏ ବା ଅଛି

ତୋ ଉପମା ଦେବ

ସକଳ ତୀର୍ଥ ତୋ ଚରଣେ

ମୋ ମା ପରି କିଏ ବ ହେବ ।

ମା ବିନା ମୋ ଜୀବନ ଅଧୁରା

ତୁ ଅଟୁ ମୋର ଜୀବନର ଧାରା


ତୋ ଠାରୁ ନାହିଁ ତ କେହି ବଡ

ସବୁ ଦୁଃଖ କଷ୍ଟ ସହି ତୁ କରିଲୁ ବଡ

ତୁମେ ତ କ୍ଷମା ର ସାଗର

ସୁଖର ଭଣ୍ଡାର

ତୋ ମୁହଁ ଦେଖିଲେ

ସୁରୁଖୁରୁ ରେ ଚାଲେ 

ଏ ସଂସାର ର ଭାର 

ସଂସାର ର ଡର ନ ଥାଏ

ତୁ ପାଖେ ଥିଲେ

ସୁଖ ସବୁ ଦୁଃଖ ହୁଅଇ ତୁ ଦୁରେ ଗଲେ

ତୋତେ ମୋର କୋଟି ପ୍ରଣତି

ଅଶୀର୍ବାଦ ର ହାତ ସଦା ଦେଉଥିବୁ ମୋ ମୁଣ୍ଡେ 

ଏତିକି ମୋର ମିନତୀ ।।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍