ମାଆ ବୀଣାପାଣି
ମାଆ ବୀଣାପାଣି


ଜୟ ଜୟ ବୀଣାପାଣି
ଜଗତ ଜନନୀ
ତୁହି ତ ମାଆ ମୁକ୍ତି ପ୍ରଦାୟିନୀ
ସର୍ବଗୁଣାସମ୍ପର୍ଣ୍ଣl ଯେ ମାଆ
ତୁ ଅଭୟଦାୟିନୀ
ହଂସ ପିଠେ ବସିଥାଉ
ପଦ୍ମ ପାଖୁଡ଼ାରେ
ହସ୍ତେ ଶୋଭା ପାଏ ବୀଣାର ରାଗିଣୀ
ତୁହି ମା ତ ଜଗତ ଜନନୀ
ଜ୍ଞାନର ଆଲୋକେ
ତୁହି ଉଦ୍ଧାର କରୁ ନିତି
ସୁରରେ ଛାନ୍ଦରେ ରାଗରେ ସରି କିଏ ନୁହନ୍ତି।
ବିଦ୍ୟା ପ୍ରଦାୟୀନି ଶକ୍ତି ସ୍ୱରୁପିଣୀ
ତୁହି ମାଆ ଜଗତ ଜନନୀ
ତୋ ହସ୍ତେ ଶୋଭା ପାଏ ବୀଣା ଓ ପୁସ୍ତକ
ତୁହି ଅଟୁ ମାଆ ଧରାର ରକ୍ଷକ
ତୋ ରୂପର ମହିମା ତ କି ବଖାଣିବି ମୁହିଁ
ତୋ ଦରଶନ ପାଇଁ ସଦା ରହିଥିବି ଚାହିଁ
ଧାରଣ କରି ରତ୍ନ ,କର୍ଣ୍ଣରେ କୁଣ୍ଡଳ
ଗଳାରେ ବିଭୂଷିତ ମୁକୁତାର ହାର
ଦିଅ ମାଆ ଅଭୟଦୟିନୀ ଜ୍ଞାନର ଭଣ୍ଡାର
ଶୁକ୍ଳ ପଞ୍ଚମୀରେ ପଡ଼ଇ ଅମୃତ ବେଳା
ଖଡିଛୁଆଁର ଶୁଭାରମ୍ଭ ମେଳା।
କାଳିଦାସ ହୋଇଲେ ଜ୍ଞାନୀ
ତୁମ ଆଶୀର୍ବାଦ ପାଇଁ
ଅନେକ ରୂପରେ ତୁ ପାଉଅଛୁ ପୂଜା
ସୁନ୍ଦର ରୂପରେ ତୁ ହୋଇଥାଉ ସଜ୍ଜା
ମାଆ ଲୋ ମାଆ ତୋ ପାଦ ତଳେ ମୋର ଏତିକି ମିନତୀ
ଏ ଅଜ୍ଞାନର ସ୍ୱୀକାର କର
ଭକତିର ପ୍ରଣତି ।।