Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Binodini Dash

Inspirational Children

3  

Binodini Dash

Inspirational Children

ଆସ ସାଉଁଟିବା ଟିକେ ଆଶିଷ

ଆସ ସାଉଁଟିବା ଟିକେ ଆଶିଷ

1 min
191



ପିତାମାତା ଗୁରୁ ଗୁରୁଜନଠାରୁ

ଆସ ସାଉଁଟିବା ଟିକେ ଆଶିଷ

ସୁଧା ବର୍ଷୁଥିବ ଜୀବନ ପଥରେ

ରହିବନି ଦୁଃଖ କ୍ଳେଶର ଲେଶ ।


ସେମନେ ଆମର ଜୀବନ୍ତ ଦେବତା

ଭକ୍ତି କରୁଥିବା ତୁଣ୍ଡ କର୍ମରେ

ଶ୍ରଦ୍ଧା-ସନମାନ-ସୁମନ ଅରପି

ଭରିବା ହୃଦୟ ଅତି ଆଦରେ ।


ତାଙ୍କ ନୀତି ବାକ୍ୟ ହିତ ଉପଦେଶ

ମୂଳ କରିଥିବା ଆମ ଜୀବନେ 

ସୁପଥକୁ ମାଡ଼ି ଯାଉଥିବା ବଢ଼ି

ଶୋଚନା ନଥିବ ଟିକେ ବି ମନେ ।


ଆଦର୍ଶ ଚରିତ୍ର ଗଠନ ପାଇଁକି

ଭଗବାନ ରୂପେ ସାକ୍ଷାତ ଉଭା

ତାଙ୍କ ଆଜ୍ଞା ବଳେ ପ୍ରକାଶି ପାରିବା 

ନିଶ୍ଚୟ ପ୍ରତ୍ୟେକ ନିଜର ଆଭା ।


ତାଙ୍କ ସ୍ବଚ୍ଛ ମନେ ଦେବା ନାହିଁ କଷ୍ଟ

ଭରି ରଖିଥିବା ସଦା ସନ୍ତୋଷ

ସେଥିରୁ ଆମେ ବି କରି ଟିକେ ପାନ 

ରହୁଥିବା ନିତି ହୋଇ ହରଷ ।



Rate this content
Log in

Similar oriya poem from Inspirational