ବୀର ଭଗତ ସିଂହ
ବୀର ଭଗତ ସିଂହ
ହେ ବୀର ଯବାନ କରୁଛି ପ୍ରଣାମ
ହସ୍ତେ ପୁଷ୍ପାଞ୍ଜଳି ଧରି
ତୁମକୁ ହରାଇ ଗୁମୁରେ ଏ ପ୍ରାଣ
ଭାରତରେ ଆସ ଫେରି ।
ଭାରତ ମାତାଙ୍କ ସୁପୁତ୍ର ତୁମେ ଯେ
ତୁମ ପରି କେହି ନାହିଁ
ଫିରିଙ୍ଗି ହାତରୁ ଦେଶ ରକ୍ଷା ପାଇଁ
କେତେ କଷ୍ଟ ଥିଲ ସହି ।
ଅନ୍ଧାର ରାତିର ଛାତି ଚିରି ଦେଇ
ବଣ ପରବତେ ଲୁଚି
ଲଢିବା ପାଇଁକି ସଂଗଠନ କରି
ରଣ ଦେଇ ଥିଲ ବିଞ୍ଚି ।
ଗୋରା ସାହେବଙ୍କ ନିଦ ହଜାଇଲ
ବଜାଇ ବୀର ଦୁନ୍ଦୁଭି
ତୁମ ପାଇଁ ଆଜି ଗର୍ବିତ ଏ ଦେଶ
ନୟନେ ସାଜିଛି ଛବି ।
ଲୋକଲୋଚନର ଅନ୍ତରାଳେ ରହି
ଚଳାଇ ବୀର ମନ୍ତ୍ରଣା
ପଂଜାବରେ ଜନ୍ମି ସାରା ଭାରତରେ
ବଜାଇ ଥିଲ ବାଜଣା ।
ନିଷ୍ଠୁର ନିର୍ଦ୍ଦୟ ଫିରିଙ୍ଗି ଶାସକ
କ୍ରୁରତାରେ ଯିଏ ନୀଚ
ସେ କାହୁଁ ଦେଖିବ କିଏ ହୀରା ପରି
କିବା କିଏ ତୁଛ କାଚ ।
ଫାଶୀ ଦଣ୍ଡ ଦେଇ ଦର୍ଶାଇଲେ ସେ ଯେ
ଆମ୍ଭେ ଯେ ଦାନବ ଗୋଷ୍ଠୀ
ମଥା ଉଚ୍ଚା କରି ଚେତାଇଣ ଦେଲ
ଚଳାଇ ଦକ୍ଷତା ଗୋଟି ।
ପ୍ରତି ଜନ ଗଣ ମନେ ଜାଗରଣ
ବାହୁଡାଇ ଦେଲ ସୁଖ
ତୁମ୍ଭେ ଯେ ଚନ୍ଦ୍ରମା ଭାରତ ଆକାଶେ
ଦେଖୁ ଥିବୁ ତୁମ୍ଭ ମୁଖ ।
