Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Dash

Abstract Children Stories Inspirational

3  

Lalita Mohan Dash

Abstract Children Stories Inspirational

ମାତୃଭାଷା

ମାତୃଭାଷା

1 min
205


ମିଠା ଠୁଁ ମଧୁର ରୂପରେ ସୁନ୍ଦର

ଆମ ଉତ୍କଳର ଭାଷା

ଓଡ଼ିଆ ନାମରେ ବିଶ୍ଵ ବିଖ୍ୟାତ ସେ

ଧନ୍ୟ ଏ ମାଟି ଓଡ଼ିଶା ।

କେତେ ବୀର ପୁତ୍ର ମାତୃଭାଷା ପାଇଁ

ମାଟିରେ ଗଲେଣି ମିଶି

ରାଧାନାଥ ରାୟ ଫକୀରମୋହନ

କେତେ କାବ୍ୟ ଗଲେ ରଚି ।

ଆମ୍ଭେ ସକଳ ଯେ ତାଙ୍କରି ଦାୟାଦ

ତାଙ୍କ ଆଦର୍ଶରେ ଗଢା

ଓଡ଼ିଆ ଭାଷାର ଜୟ ଗାନ କରି

ପ୍ରାଚିର କରିବା ଛିଡ଼ା ।

ଆମ ମାଟିପରେ ବିଦେଶୀ ଭାଷାକୁ

କରିବା କଡ଼ା ବିରୋଧ

ଓଡ଼ିଆ ଭାଷା ରେ ପାଠ ପଢି ଆମେ

ଗଢ଼ିବା ଏକତା ସୌଧ ।

ପ୍ରାଥମିକ ଶିକ୍ଷା ଆରମ୍ଭ କରିବା

ଓଡ଼ିଆ ଭାଷାରେ ପୁଣି

ନୈତିକ ଚେତନା ଉନ୍ନତ କରିବା

ଶିଶୁ ମନ ଆମେ ଜାଣି ।

ଆଜି ଆମ ଶିଶୁ କାଲି ନାଗରିକ

ଏ ଦେଶେ ସାଜିବ ବୀର

ମାତୃଭାଷା ମାତୃଭୂମି ର ସେବାରେ

ରହୁ ମନ ନିରନ୍ତର ।


Rate this content
Log in

Similar oriya poem from Abstract