STORYMIRROR

Prasanna kumar sahu

Children Stories Classics

3  

Prasanna kumar sahu

Children Stories Classics

ଶୁଖୁଆ

ଶୁଖୁଆ

1 min
166

ଆଜି ପରା ଅଟେ

ଶୁଖୁଆ ଦିବସ

ତାହାର ମହତ୍ କହି,

ଏମିତି ଓଡ଼ିଆ

ନଥିବେ କେହି

ଶୁଖୁଆ କୁ ଦେଖି ନାହିଁ।


ଲୁଣ ଅଳ୍ପ ଦେଇ

ମାଛକୁ ପରା ହେ

ଖରାରେ ଶୁଖାଲା ହୁଏ,

ଶୁଖିବା ପରେ ଯେ

ସେହି ମାଛ ପରା

ଶୁଖୁଆ ନାମକୁ ପାଏ।


ସୁକ ଦେବ ଭଞ୍ଜ

ମାର୍ଚ୍ଚ ସତାଇସ

ସତର ଶହ ଛପନ,

ଶୁଖୁଆ ତିଆରି

ପ୍ରଣାଳୀ ଗୋଟିଏ

କରିଥିଲେ ଉଦ୍ଭାବନ।


ତାଙ୍କରି ନାମରେ

ଏହାର ନାମ ଯେ

ଶୁଖୁଆ ହୋଇଣ ଅଛି,

ଗରିବଙ୍କ ପରା

ଅତି ପ୍ରିୟ ହୋଇ

କେବ ଠାରୁ ରହି ଅଛି।


ମାଣ୍ଡିଆ ଜାଉକୁ

ଶୁଖୁଆ ପୋଡ଼ା ଯେ

କେତେ ରୁଚିକର ହୁଏ,

ଖାଇବା ଲୋକ ଯେ

ଜାଣିଛି ସେ କଥା

ଆନ କୁ ଅଜଣା ସିଏ।


ପଖାଳ ଭାତକୁ

ଶୁଖୁଆ ପୋଡ଼ା ଟି

ଯଦି ମିଳିଥିବ ଭାଇ,

ପେଟ ପୁରି ଥିଲେ

ଆହୁରି ଦି ଗୁଣ୍ଡା

ବାଧ୍ୟତା ମୂଳକ ଖାଇ।


ବରଷକ ଥରେ

ଆଜିର ଦିନରେ

ତାର ଜନ୍ମ ଦିନ ହୁଏ,

ପାଳି ଥିବ ନିଶ୍ଚେ

ଓଡ଼ିଆ ପୁଅ ଟେ

ଯଦି ଓଡ଼ିଶାରେ ଥାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍