STORYMIRROR

Sunanda Mohanty

Children Stories

3  

Sunanda Mohanty

Children Stories

ବୋଉର ସ୍ନେହ ରଙ୍ଗ

ବୋଉର ସ୍ନେହ ରଙ୍ଗ

1 min
136


ଦୁଇଟି ଶଦ୍ଦ ସେ ବୋଉ

ଅଳି ଅର୍ଦ୍ଦଳି କେତେ ସହୁ

ତୋ ପରି କିଏ ହେବ ଆଉ

ଅଢେଇ ଅକ୍ଷର ଭିତର

ସ୍ନେହ ମମତା ପ୍ରୀତିରେ

ହୋଇଛି କେତେ ମୁଁ ନାଉ

ତୋ ମୁହଁ ଆଜି ଦିଶେ ଦାଉଦାଉ

ନିଜ ଦୁଃଖ ଭୁଲି,ପଣତ ପ୍ରସାରି

ସନ୍ତାନ ଘୋଡାଇ ଦେଉ

ପରକୁ ଆପଣାର କରି ନେଉ

ସକାଳୁ ସଞ୍ଜ ବିଶ୍ରାମ ନନେଇ

ଘରକାମ ସବୁ କରିଯାଉ

ବାପାଙ୍କ ବରାଦ ସନ୍ତାନ ଅଭିଯୋଗ

ମୁରବୀଙ୍କ ପାଇଁ କର୍ତ୍ତବ୍ୟ କରୁଥାଉ

ନିଜ ସୁଖ ତେଜି ସ୍ୱର୍ଗୀୟ ସୁଖ ପାଉ

ମଥାର ସିନ୍ଦୁର ଦିଶେ ଚହଚହ

ପାଦରେ ଅଳତା ସୁନ୍ଦର ଦିଶୁ ବୋଉ

କେମିତି ବିଧାତା ଗଢିଲା ତତେ

ସନ୍ତାନ ସୁଖେ ଦୁଃଖେ ନାଆ ବାହୁ

ସ୍କୁଲ କଲେଜ ଜୀବନେ ଆହୁଲା ତୁଉ

ବାହାଘର ପରେ ଝିଅର ଅନ୍ତର ଭିତର ରହୁ

ପୁଅ ଝିଅ ପାଇଁ ସଦା ଦୀପ ଜାଳୁଥାଉ

କେ ଦେଲା କି ନଦେଲା ଭୁଲିଯାଉ

ନିଜେ ଆଉ କେତେ ଦେଇନପାରିଲୁ

ପଣତରେ ଲୁହ ପୋଛୁ ଥାଉ

ପିଲାଦିନସାରା ସନ୍ତାନ ସୁଖ ପାଇଁ

ଲୁହ ଲହୁ ପିଉ ପିଉ ବଞ୍ଚିଥାଉ

ବଡ ହେବା ପରେ ଅନାଦାର ଭାବ

ସେମିତି କେମିତି ଘୋଡାଇ ଦେଉ

ନାରୀ ତୁ ଜନନୀ ବାତ୍ସଲ୍ୟ ମମତା

ଭିତରେ ଜଳୁଥାଉ ଦାଉଡାଉ ପୁଣି ହୁଉହୁଉ

ବିରତେ ନିରତେ ଆଶୀର୍ବାଦ ଢ଼ାଳି

ସଞ୍ଜ ସଳିତା ଚଉରା ମୂଳେ ଥୋଉ ବୋଉ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍