STORYMIRROR

Bharatabandhu Biswal

Inspirational Others Children

3  

Bharatabandhu Biswal

Inspirational Others Children

ଆମେ ଶାନ୍ତି ଚାହୁଁ

ଆମେ ଶାନ୍ତି ଚାହୁଁ

1 min
124


ଶାନ୍ତି ଦୂତ ଆମେ ନୂତନ ବିଶ୍ୱର

       ସମବେତ ଆମ ପୁକାର ଐକ୍ୟ

ଦୃଷ୍ଟିକୋଣ ଆମ ସୁନ୍ଦର ସାର୍ଥକ

         ଜୀବନ ସ୍ୱପନ ରଚନାତ୍ମକ ।

ମାନୁନାହିଁ ଆମେ ବାଧା ଓ ବନ୍ଧନ

        ଛନ୍ଦ ସାରସ୍ୱତ ଭାବ ନିବିଡ଼

ଗଢିବୁ ନୂତନ ସ୍ୱର୍ଣିମ ଅଧ୍ୟାୟ

        ଉଚ୍ଚ ମାନବତା ସୁମୂଲ୍ୟବୋଧ ।

ଶାନ୍ତି ମୈତ୍ରୀ ପ୍ରୀତି ଅହିଂସା ସୁମନେ

        ଗୁନ୍ଥିବୁ ପ୍ରଯତ୍ନେ ବିଜୟମାଳା

ଭରିଦେବୁ ମନେ ସଂସ୍କାର ଚେତନା

        ସଦ୍ଭାବନା ଦିବ୍ୟ ଜୀବନକଳା ।

ଆମେ ପ୍ରତିବଦ୍ଧ ସବୁଜ ସୁନ୍ଦର

        ସହଜ ସରଳ ପ୍ରଗତିଶୀଳ

ଜୀବନ ସମୃଦ୍ଧି ଅଭିବୃଦ୍ଧି ପଥେ

        ଅବିରତ ଆମେ କର୍ମଚଞ୍ଚଳ ।

ଆମେ ଅଗ୍ରଦୂତ ସାହିତ୍ୟ ସାଧକ

        ସୃଜନେ ମଗନ ତଲ୍ଲୀନ ରହୁ

ବିତରି ସୁବାସ କିରଣ ଆଲୋକ

        ସତ୍ୟ ସଂସ୍ଥାପନା ଶାନ୍ତି ଚାହୁଁ ।

      --------



Rate this content
Log in

Similar oriya poem from Inspirational