STORYMIRROR

Ajit Kumar Raut

Abstract Inspirational Children

3  

Ajit Kumar Raut

Abstract Inspirational Children

ମହିଳା ବୈଜ୍ଞାନିକ

ମହିଳା ବୈଜ୍ଞାନିକ

1 min
163


ନାହିଁ କେବେ ପଛ ମହିଳା ରାଷ୍ଟ୍ରରେ

   ସବୁ କ୍ଷେତ୍ରେ ମହିଳା,

ଆନନ୍ଦବାଇ ଗୋପାଳ ରାଓ ଯୋଶୀ 

   ବୈଜ୍ଞାନିକ ଭି ମହିଳା।


ରାଷ୍ଟ୍ରର ପ୍ରଥମ ଥିଲେ ଚିକିତ୍ସକ

  ଦେଲେଟି ରାଷ୍ଟ୍ରେ ଗୌରବ

ଫାର୍ମାସ୍ୟୁଟିକାଲ୍ ରେ ଅନୁସନ୍ଧାନ 

  ଆଣିଲେ ରାଷ୍ଟ୍ରେ ବୈଭବ।


ନଅ ବର୍ଷରେ ହିଁ ବିବାହିତ ସେହୁ

  ଥିଲାଟି ସମୟ ତେବେ,

ଚଉଦ ବର୍ଷରେ ପୁତ୍ରର ଜନମ

  ଅତ୍ୟନ୍ତ ଖୁସି ହିଁ ସର୍ବେ।


କିଛି ବର୍ଷ ପରେ ପୁତ୍ରର ବିୟୋଗ

  ହେଲା ଅତି କଷ୍ଟକର,

ଭାବିଲେ ହୃଦୟେ କିପରି ଟି ମୃତ୍ୟୁ

  କିମ୍ପ ନାହିଁ ପ୍ରତିକାର?


କୋଡ଼ିଏ ବର୍ଷରେ ବିଦେଶକୁ ଗଲେ

  ସ୍ବାମୀ କଥା ଅନୁସାରେ,

ଏପରି ମୃତ୍ୟୁର ସମାଧନ ପାଇଁ

  ଶିକ୍ଷାଟି ନେଲେ ତହିଁରେ।


ଅନୁସନ୍ଧାନରେ ଫାର୍ମାସ୍ୟୁଟିକାଲ୍ 

  ଅକଳ ମୃତ୍ୟୁର ପାଇଁ,

ବୈଜ୍ଞାନିକ ରୂପେ ସମ୍ମାନ ପାଇଲେ

  ଅନୁସନ୍ଧାନ ର ପାଇଁ।


ରଖିଲା ସୁନାମ ରାଷ୍ଟ୍ର ଇତିହାସେ

  ବୈଜ୍ଞାନିକ ରୂପେ ସେହୁ,

ମହିଳାର ଶକ୍ତି ରାଷ୍ଟ୍ରରେ ଗୁଞ୍ଜୁଛି

  ଦେଶର ବୈଭବ ଏହୁ।


ନାରୀ ଶକ୍ତିମୟୀ ଶକ୍ତିରୂପା ଏହୁ

  ନାହିଁ ପଟାନ୍ତାର ତାର,

ଜନ୍ମଦାତ୍ରୀ ମାତା ସର୍ବୋପରି ପରା

  ରହୁ ଭକ୍ତି ନିରନ୍ତର।


ଆଦର ସମ୍ମାନ ରହୁ ହିଁ ତାଙ୍କର

  ନାରୀ ନିର୍ଯ୍ୟାତନା ନହୁ,

ସଶକ୍ତିକରଣ ମହିଳାଙ୍କ ହେଉ

  କେବେ ଅସମ୍ମାନ ନହୁ।


କରିବା ଶିକ୍ଷିତ କର୍ତ୍ତବ୍ୟେ ଆମର

  ପୁତ୍ର ପୁତ୍ରୀ ହିଁ ସମାନ,

ତେବେ ହିଁ ବିକାଶ ହେବଟି ରାଷ୍ଟ୍ରର

  ହେବଟି ଖୁସି ସମ୍ପନ୍ନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract