STORYMIRROR

Sunanda Mohanty

Abstract Children

3  

Sunanda Mohanty

Abstract Children

ଶୀଉଳୀର ରଙ୍ଗ

ଶୀଉଳୀର ରଙ୍ଗ

1 min
198


ନୀଳକଇଁ ଏଵେ ନୀଳବିଷ ପିଇ

ନୀଳିମାରେ ଯାଇଛି ହଜି 

କିଏ କହେ ସିଏ ଡାହା ମିଛେଇଟେ 

ହଳଦିରେ ଥିବ ଭିଜି ।


ଅଦିନ ବରଷା ମନର ପିପାସା 

ତୃଷିତ ନୟନ ଦୁଇ ତାର 

ଗୋଟିଏ ରେ ଅଶ୍ରୁ ଆରଟିରେ ଲୁହ 

ଅଷ୍ଟରଙ୍ଗ କରେ ହରବର ।


ବଦଳି ଗଲାଣି ସମୟ ନିର୍ଘଣ୍ଟ 

ପ୍ରତିବର୍ଷ ଆସେ ରଙ୍ଗଋତୁ 

ସାତ ପରେ ଅଷ୍ଟରଙ୍ଗ ବାଜିମାରେ 

ହୋଲି ଆଣେ ଧରି ଅଷ୍ଟ ଋତୁ ।


ପରୀକ୍ଷା ନିରୀକ୍ଷା ରଙ୍ଗର ମଉକା

ବାଟ ଚାଲୁ ଚାଲୁ ଖଣ୍ଡାଧାରେ 

ତମେ କେବେ ଆସି ଏଇ ଜନ୍ମେ ମିଶି 

ସିନ୍ଥୀ ମୋ ଭରିଛ ନୀଳ ରଙ୍ଗରେ ।


ସେଇ ନୀଳରଙ୍ଗ ଜବାବ ମାଗୁଛି 

ଅଶ୍ରୁ ରଙ୍ଗ କହ ଥରେ ବାରେ 

ସବୁକଥା ଜାଣି ବହିଲା ଉଜାଣି 

ପାଦ ପକାଇଲା କାଇଁ ଶିଉଳିରେ ।


ଶିଉଳିରେ ପାଦ ଖସିଯାଇନି ଯେ 

ନୀଳରଙ୍ଗ ଖାଲି ମତୁଆଲି କରେ ।



Rate this content
Log in

Similar oriya poem from Abstract