STORYMIRROR

Sandhyarani dash

Children

3  

Sandhyarani dash

Children

ସମୟ

ସମୟ

1 min
135

ସମୟ ଚକଟା ଘୁରି ଘୁରି ଚାଲେ

ଚକା ଭଉଁରୀର ଖେଳ

ପାଞ୍ଚରୁ ଆସିଣ ପଚାଶ ହୋଇଲା

ମନେ ପଡେ ସାଙ୍ଗ ମେଳ।


ବୟସ ସରୁଛି ସମୟ ଯାଉଛି

ପିଲା ଦିନ ଗଲା ହଜି

ବୋହୁ ଚୋରି ଆଉ ବାଗୁଡ଼ି ଖେଳରେ

ଯାଉଥିଲୁ ଆମେ ମଜି।


ମନ ହସୁଥିଲା ଗୁଡ଼ି ଉଡୁଥିଲା

ଆକାଶରେ ନାଚି ନାଚି

କିତି କିତିି ବିଷ ଅମୃତ ଖେଳରେ

ପୁଣି ଖେଳୁ ଥିଲୁ ପୁଚି।


ରେଙ୍ଗଟି ଖେଳରେ ବାଘ ବଜାରିରେ

ସାଙ୍ଗ ହୋଇ ବସୁ ଥିଲୁ

ତେନ୍ତୁଳି ଖଟାରେ ସୁ ପାଣି କରି

ପତର ରେ ଖାଉଥିଲୁ।


କଣ୍ଢେଇ ଦୁଇର କରି ବାହାଘର

କୁନି ପାଟି ହୁଳହୁଳି

ଦକ୍ଷିଣା ପବନ ଦଲକାଏ ଆସି

ପାଟିରେ ଭରଇ ଧୂଳି।


ବାଗୁଡ଼ି ଖେଳରେ ରାହା କଟି ଗଲେ

ମାଡ଼ି ବସେ ଆର ଦଳ

ଛାଟି ପିଟି ପଡି ଉଠି ବାହାରିବା

ଖର୍ଚ୍ଚ କରି ସବୁ ବଳ।


ଦୋଳିରେ ଝୁଲିଲେ ପେହେଙ୍ଗା ମାରିଲେ

ଭୟ ଭରା ହସ ଫୁଟେ

ସେହି ସମୟକୁ ହୃଦୟେ ଆଣିଲେ

ଆନନ୍ଦେ ଦିବସ କଟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children