ଶହିଦ ଲକ୍ଷ୍ମଣ ସ୍ମରଣେ
ଶହିଦ ଲକ୍ଷ୍ମଣ ସ୍ମରଣେ
ସ୍ନେହେ ପ୍ରେମ ଏବେ ମଣିଷ ମନରୁ
ଧିରେ ଧିରେ ଚାଲି ଯାଏ,
ଟଙ୍କା ଓ ସ୍ବାର୍ଥ ସର୍ବସ୍ୱ ଏ ମଣିଷ ନିତି
ଧ୍ବଂସର ଗଜଲ ଗାଏ |୧|
ଖେଳୁଛନ୍ତି ରକତର ହୋଲି ଦେଖ ଆଜି
ସଭ୍ୟ ମାନବ ମାନେ,
ବିପଦର ବହ୍ନି ଜଳାନ୍ତି ଜଗତେ ଜାଳିବାକୁ
ସରବ ଜନେ |୨|
ସାମ୍ରାଜ୍ୟବାଦୀ ମାନେ ଧ୍ବଂସର ଗଜଲ
ଗାଇ ବୁଲୁଛନ୍ତି
ପରମାଣୁ ଅସ୍ତ୍ରରେ ବିଶ୍ବକୁ ନିଜସ୍ୱ ଦେଶର
କରାଗତ ଭାବୁଛନ୍ତି |୩|
ମହଙ୍ଗାର କଷ୍ଟ କାହିଁକି ଲାଗିବ, ଯିଏ
ଟଙ୍କା ଥଳି ଧରି ବସିଛନ୍ତି
ଶ୍ରମଜୀବି ଜନତା ସଠିକ ପଥ ପାଏନି
ଦୁଃଖରେ ତ ହଜି ଯାଉଛନ୍ତି |୪|
ଦେଖ ଗଣତନ୍ତ୍ର ବନ୍ଧା ହୋଇଛି କିଛି
ଦଲାଲଙ୍କ କବଳରେ
ନୃପତି, ତାଙ୍କ ଚେଲାମାନେ ଧାଆଁନ୍ତି
ନିଜ ସ୍ୱାର୍ଥ ହାସଲରେ |୫|
ମନେ ସ୍ୱାର୍ଥ ଅହମିକା ହିଂସା ଦ୍ୱେଷରେ
ସାଜଛନ୍ତି କିଛି ମଣିଷ ଘାତକ,
ନିର୍ନୀମେଷ ନେତ୍ରେ ରହଛି ଗରିବ ଜନତା
ଯେସନେ ରହେ ଚାତକ |୬|
ମରିନାହଁ ହେ ଶହୀଦ ଲକ୍ଷ୍ମଣ, ତୁମେ ବଞ୍ଚିଛ
ପ୍ରତି ବିପ୍ଳବୀର ରକ୍ତ କଣିକାରେ,
ଭବିଷ୍ୟତ ଏବେବି ଇନକ୍ଲାବ୍ ସ୍ବରରେ, ଫୁଟି
ଉଠୁ ପ୍ରତି ଭାରତୀୟ ହୃଦୟରେ |୭|
ଶୁଣାଇବ ନାହିଁ ଆଉ କି ଥରେ, ହେ ଲକ୍ଷ୍ମଣ
ସେ ବଜ୍ର କଣ୍ଠର ଆହ୍ୱାନ,
ପ୍ରତ୍ୟେକ ଭାରତୀୟ ହୃଦୟରେ ଅର୍ପିବ ନାହିଁ
କି ସ୍ୱାଧୀନତାର ସମ୍ମାନ |୮|
ଆଜି ଦିନରେ ବୀର ବିପ୍ଳବୀଂକୁ ସାରା
ଭାରତ ରହିଛି ଅନେଇ,
ସ୍ମୃତିକୁ ଝୁରିଲେ ବିପ୍ଲବୀ ଆସିବେ, ନୁଆ
ଦେହକୁ ନେଇ |୯|
