STORYMIRROR

Secret Superstar

Inspirational Children

3  

Secret Superstar

Inspirational Children

ଗର୍ବରେ କହେ ମୁ ଓଡିଆ ଭାଇ

ଗର୍ବରେ କହେ ମୁ ଓଡିଆ ଭାଇ

1 min
268

ହଁ ହଁ ମୁଁ ଓଡିଆ 

  ମୁଁ ସେହି ଓଡିଆ 

ଜଗନ୍ନାଥଙ୍କ ସନ୍ତାନ.... 

    ଅବଢା ଟିକେ ମୋ ପାଇଁ ଜୀବନ 

   ହଁ ହଁ ମୁଁ ଓଡିଆ 

  ସେହି କାଳିଆର ପ୍ରିୟ ଓଡିଆ ।।


  ହଁ ହଁ ମୁଁ ଓଡିଆ 

  ମୁଁ ସେହି ଓଡିଆ

ଯେ ଭାଷା ଥିଲା ପ୍ରିୟ 

   ଉତ୍କଳ ଗୌରବ ହୃଦୟ 

    ହଁ ହଁ ମୁଁ ଓଡିଆ 

  ମୁଁ ସେହି ସ୍ୱାଭିମାନି ଓଡିଆ 


ଯେ ମାଟିରେ ବହୁଛି ...ଉତ୍କଳମଣିଙ୍କର ରକ୍ତ 

 ପୂର୍ଣ୍ଣ ସ୍ୱରାଜ ସ୍ମୃତି....ଗୋପବନ୍ଧୁ ଦାସ 

  (ମିଶୁ ମୋର ଦେହ ଏ ଦେଶ ମାଟିରେ 

  ଦେଶବାସୀ ମୋର ଚାଲିଯାଆନ୍ତୁ ପିଠିରେ 

  ଦେଶର ସ୍ୱରାଜ୍ୟ ପଥେ ଯେତେ ଗାଢ 

   ପୂରୁ ପଡି ତହିଁ ମୋର ମାଂସ ହାଡ ) 


  ହଁ ହଁ ମୁଁ ଓଡିଆ 

  ସେହି ଦରଦିବନ୍ଧୁ ଓଡିଆ ।।


ଯେ ଭାଷାର ହୃଦୟ 

   କବିବର ରାଧାନାଥ ରାୟ 

 (ଉଚ୍ଚ ହେବା ପାଇଁ କର ଯେବେ ଆଶା 

       ଉଚ୍ଚ କର ଆଗ ନିଜ ମାତୃଭାଷା )

  ହଁ ହଁ ମୁଁ ଓଡିଆ...

  ମୋ ମାତୃଭାଷା ଓଡିଆ ।।


ଯାର ବରପୁତ୍ର 

    ଦେଶର ବୀରନେତ୍ର 

   

 ରାଜଗୁରୁ ବୀର ସୁରେନ୍ଦ୍ର ସାଏ ନେତାଜୀ 

 ବାଜି ରାଉତଙ୍କୁ ଭୁଲିବା କେମିତି 


  ହଁ ହଁ ମୁଁ ଓଡିଆ

ସେହି ପାଇକ ମାଟିର ଛୁଆ ।।


ସୀମାନ୍ତ ରେ ଥାଇ ....

    ଯେ କେବେ ଓଡିଆ ଭୁଲିନାହିଁ 

ଭୋକିଲା ପେଟରେ ଥାଇ...

    ଯେ ଧୀମେ ଧୀମେ କହେ ମୁଁ ଓଡିଆ ଭାଇ 

 ଓଡିଆ ଶିକ୍ଷାରୁ ବଞ୍ଚିତ...

    ଯେ ଗର୍ବେ କହେ ଓଡିଆ ମୁଁ ଗର୍ବିତ 

    ହଁ ହଁ ମୁଁ ଓଡିଆ 

  ସେହି ବିଛିନ୍ନତାବାଦୀ ଓଡିଆ 

 ମନେପଡେ ସଭିଙ୍କୁ ଉତ୍କଳ ଦିବସେ ଯାର ନାଁ 

    ହଁ ହଁ ମୁଁ ଓଡିଆ 

    ତୁମଠୁ କେତେ ବଢିଆ 

   ସେହି ନିଃସ୍ୱାର୍ଥପର ମାଟିର ଛୁଆ 

 (ରାଜ୍ୟର ରାଜଧାନୀରେ ମୁଁ ଓଡିଆ ବୋଲି ଗର୍ବିତ କିଏ ବି କହିପାରେ.... କିନ୍ତୁ ଅସଲି ଓଡିଆ ତ ସିଏ ଯେ ସୀମାନ୍ତରେ ଥାଇ ବି ...ଗର୍ବରେ କହେ ମୁଁ ବି ଓଡିଆ ଭାଇ ...ମୋ କଥା ଭୁଲ ନାହିଁ )



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational