STORYMIRROR

Chittaranjan Nanda

Inspirational Others Children

3  

Chittaranjan Nanda

Inspirational Others Children

ଉତ୍କଳ ଦିବସ

ଉତ୍କଳ ଦିବସ

1 min
164



ଖଣ୍ଡ ଖଣ୍ଡ ଛିଣ୍ଡି ପଡିଥିଲା ଉତ୍କଳ 

ମା ମାଟିର ଏଇ ଶରୀର

ସନ୍ତାନ ତୋହର, ଜାଗିଲେ କରିବାକୁ

ଭାଷାଗତ ସ୍ୱତନ୍ତ୍ରତା ଉତ୍କଳର ।


ମଧୁବାବୁ, ଗୋପବନ୍ଧୁ, ଫକୀର ମୋହନ, 

କୃଷ୍ଣଚନ୍ଦ୍ର ଓ ରାମଚନ୍ଦ୍ର ନେତୃତ୍ୱରେ 

ଉତ୍କଳ ସମ୍ମିଳନୀର ହୋଇଲା ଗଠନ ପରା

୧୯୦୩ ମସିହାରେ ।


ନ୍ୟାୟ ଓ ଅହିଂସା ପାଥେୟ କରିଣ ଲଢ଼ିଲେ 

ସ୍ୱାଭିମାନ ଭରି ବୀର ଦର୍ପରେ 

ପ୍ରତିଷ୍ଠା ହୋଇଲା ଭାଷାଗତ ସ୍ବତନ୍ତ୍ର ଓଡିଶା 

ସହସ୍ର ସହସ୍ର ଓଡିଆଂକ ଏକତାରେ ।


କେତେ ଘାତ କେତେ ପ୍ରତି ଘାତ ସହି ୧୯୩୬

ଏପ୍ରିଲ ଏକ ତାରିଖ ଦିନ

ହୋଇଲା ସ୍ଵତନ୍ତ୍ର ପ୍ରଦେଶ ଗଠନ, ଆଜ ଦିନ

ଓଡିଆଙ୍କ ଗର୍ବ ଗୌରବର ଦିନ ।


କେତେ କେତେ ବୀର ସନ୍ତାନ ଦେଇଛନ୍ତି 

ପ୍ରାଣ ଓଡ଼ିଆ ସାହିତ୍ୟ ସଂସ୍କୃତି ପାଇଁ

ଭୁଲିବାନି କେବେ ସେହି ବୀର ପୁରୁଷଙ୍କ 

ସାଧନାକୁ ଜୀବନରେ ଭଉଣୀ ଭାଇ । 


ଆଜି ବି ଆମରି ଓଡ଼ିଆ ଭାଷାକୁ ଆମ 

ଗୁଣ ନେଇ କରୁଛେ ହୀନିମାନ

କୋର୍ଟ କଚେରୀ ସରକାରୀ କାମେ ଏତେ 

ବର୍ଷ ପରେ ଓଡ଼ିଆର ନାହିଁ ସ୍ଥାନ । 


ଉତ୍କଳର ନରହି ଅଙ୍ଗ କୋଟିଆ କାନ୍ଦୁଛି

ପରିଚୟ ପାଇଁ ଅନ୍ୟ ରାଜ୍ୟେ ରହି 

ଝାଡ଼ଖଣ୍ଡର କେତେ ଅଂଚଳରେ ଲୋକେ ଓଡ଼ିଆ 

କୁହନ୍ତି ଆମ କଳିଙ୍ଗରେ ରହିନାହିଁ ।


ସଭିଏ ଶପଥ ନେବା ଲୁହ ତାଂକର ପୋଛିବା 

ପାଇଁ ରଖିବା ମା ମାଟିର ଟେକ

ଆମର ଗୌରବ ଫେରାଇବା ପାଇଁ ଆସ ଆସ

ସମସ୍ତେ କରିବା ବଜ୍ର ସଂକଳ୍ପ ।


Rate this content
Log in

Similar oriya poem from Inspirational