STORYMIRROR

Saphala Das

Children

3  

Saphala Das

Children

ହୋଲି

ହୋଲି

1 min
125

 ଭାରତ ବର୍ଷରେ ଗଣ ପର୍ବ ହୋଲି

   କେତେ ଖୁସି ନେଇ ଆସିଛି

ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷେ ଆଜି

   ଭାଇଚାରା ହସ ଫୁଟୁଛି ।।


ଆର୍ଯ୍ୟ ଋଷିଗଣ ଏକତ୍ରିତ ହୋଇ

 ଏ ପର୍ବ ଭାରତ ବର୍ଷେ

ଫଗୁଦଶମୀଠୁ ପୂର୍ଣ୍ଣିମା ପର୍ଯ୍ୟନ୍ତ

    ରଜ ଦୋଳେ କାହ୍ନୁ ବସେ ।।


ପୂର୍ଣ୍ଣିମା ପରଠୁ ଚୈତ୍ର କୃଷ୍ଣ ପକ୍ଷ

    ପଞ୍ଚୁଦୋଳ ତାର ନାମ

ରାଧା କୃଷ୍ଣ ବିଜେ ବିମାନ ଉପରେ

   ବୁଲୁଛନ୍ତି ଗ୍ରାମ ଗ୍ରାମ ।।


କଷିଆମ୍ବ ଆଉ ଅବିର ପ୍ରସାଦ

  ଚାଚେରୀ ଭୋଗରେ ମନ

କୃଷ୍ଣ ପ୍ରିୟ ପ୍ରଭୂ ଶ୍ରୀଚୈତନ୍ୟ ଦେବଙ୍କ

   ଶୂଭ ଜନ୍ମଦିନ ଜାଣ ।।


କୋଳେ ପ୍ରହାଲ୍ଲାଦ ଧରିଲା ହୋଲିକା

  ଅଗ୍ନିକୁ ସଂଯୋଗ କରି

ସେ ଅଗ୍ନିରେ ନିଜେ ଦହନ ହୋଇଲା

  ବିଷ୍ଣୁ ଭକ୍ତଗଲା ତରି ।।


ମେଣ୍ଢାସୁର ବର ପାଇ ଗର୍ବ ତାର

  ତା ରକତ ପଡେଯେବେ ଧରାରେ

ଶତ ଶତ ମେଣ୍ଢାସୁର ଜନମିବେ

   କୃଷ୍ଣ ବଧ କଲେ ହାତରେ।।


ଦେହେ ବୋଳିରଂଗ ଶ୍ୱାସ ରୁଦ୍ଧ କରି

     ମେଣ୍ଢାସୁର ବଧ କରି

ଯାଦବ କୂଳରେ ଆନନ୍ଦ ଉତ୍ସବ

    କୃଷ୍ଣ ନାମେ ଜପାମାଳି ।।


ମୁଖରିତ ହୁଏ ଦୋଳବିମାନକୁ

 ନଉଡ଼ ଖେଳର ଗୀତ ......

ଫଗୁରେ ଦୋଳ ଗୋବିନ୍ଦ

ଫଗୁ ଖେଳୁଥିଲେ ପରମାନନ୍ଦ ମୋ କାହ୍ନୁରେ...

 ଜଗତ ଠାକୁର କାଳିଆ ସାଆନ୍ତ

ଚାଚେରୀ ବେଶକୁ ଦେଖି

କି ସୁନ୍ଦର ନାଲି ବସ୍ତ୍ର ପରିଧାନ

ମନ ଯାଉଥିଲା ଲାଖି ।।


ହୋଲି ମହୋତ୍ସବ ରୋଗ ନିବାରଣ

 ପ୍ରାର୍ଥନା କରିବା ଆମେ

ବାରମ୍ବାର ଆସୁ ଆମରି ଜୀବନେ

ପାଳୁଥିବା ଧରାଧାମେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children