STORYMIRROR

Sunanda Mohanty

Inspirational Children

3  

Sunanda Mohanty

Inspirational Children

ଏପ୍ରିଲ ପହିଲା ରଙ୍ଗରେ

ଏପ୍ରିଲ ପହିଲା ରଙ୍ଗରେ

1 min
134


ଏମିତି ଏକ ଏପ୍ରିଲ ପହିଲା

ମୋ ଗାଁ ମତେ ସମ୍ମାନିତ କରିଥିଲା

ଥୋକେ ହେଲେ ଅସହିଷ୍ଣୁ

ଥୋକେ ଦେଲେ କରତାଳି

ମୋ ମନରେ ପ୍ରଶ୍ନବାଚୀ??

ମୁଁ କିବା ଛାଡ଼ିଛି ଅହଂ ?

ମୁଁ କିବା ଗଢିଛି କୋଣାର୍କ!

ମୁଁ କିବା ଚିହ୍ନିଛି ଅନ୍ୟର ଅଶ୍ରୁ

ପଶୁର କରୁଣ ଆଖି ଭୋକର ଦାଉ

ମୁଁ କେବଳ ଶିକ୍ଷୟିତ୍ରୀ ସାଜି

ସମୟାନୁବର୍ତ୍ତିତା ହେଜି

କରିଛି କର୍ତ୍ତବ୍ୟ ତଥାପି ବାକି

ସ୍ନେହ ଶ୍ରଦ୍ଧା ମମତାର ଫୁଲ

ବାଣ୍ଟିଦେଇ ଦେବାକୁ ଅଶ୍ରୁ ମୂଲ

ମୁଁ କିବା ପାରିବି ଏତେ ସବୁ

ଲେଖନୀ ପୁଣି ଉଠିଛି ଜାଗି

ବାର୍ତ୍ତା ଦେବି ପଶୁ ପକ୍ଷୀ ଓ ବୃକ୍ଷରାଜି

ଅସହାୟ ଦୁଃଖିର ସାହା ହୋଇ

ସହାନୁଭୂତିର ହାତ ବଢ଼ାଇ

ବିଶେଷ ଦିବସରେ ନୈତିକତା ଶିଖେଇ

ମାନବିକତାର ଉଦାହରଣ ଦେଇ ହୋଇ

କହେ ସମୟ ଯିବ ଚାଲି

ଆଜିକାମ ଆଜି କରିବାକୁ ନଯା ଭୁଲି

ଏତିକିରେ ଏପ୍ରିଲ ପହିଲାରେ

ସମ୍ମାନିତ ହୋଇଯାଇଥିଲି

ଫଳକଟା କାନ୍ଥରେ ଝୁଲି ରହି

ସ୍ମୃତି ଆଣେ ଆଜି ଗତ ଓ ଆସନ୍ତାକାଲି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational