STORYMIRROR

Suresh chandra Padhy

Children

3  

Suresh chandra Padhy

Children

ଅଙ୍ଗାର

ଅଙ୍ଗାର

1 min
164


ଆସ ଶୁଣିବା ପିଲେ ଗଛ ର କାହାଣୀ

ଗଛ ଆଜି କାନ୍ଦୁ ଅଛି ଝରେ ଆଖିରୁ ପାଣି

ଗଛ ଦିନେ ବୀଜ ରୁ ଜନ୍ମ ନେଇ ଥିଲା

ସେ ଗଛ ଆଜି ମଣିଷ ହାତ ରେ ଅଙ୍ଗାର ହୋଇଲା

ଗଛ ଟିଏ ଆମ ପୂର୍ବ ପୁରୁଷ ଲଗାଇ ଥିଲେ

ଆଜିର ମଣିଷ ଗଛ କୁ ଜାଳି ଅଙ୍ଗାର କରିଲେ

ଗଛ ଦିନେ ଆମକୁ ଛାୟା ଦେଇ ଆଶ୍ରୟ ଦେଇ ଥିଲା

ହେଲେ ନିର୍ଦୟି ମାନବ ଗଛ କୁ ଜାଳି ଅଙ୍ଗାର କରିଲା

ଗଛ ଆମକୁ ବଞ୍ଚିବାକୁ ଅମ୍ଲଜାନ ନୀତି ଦେଇ ଥାଏ

ମଣିଷ ଆଜି ନିଜ ସ୍ୱାର୍ଥ ପାଇଁ ଗଛ କୁ ଜାଳି ଅଙ୍ଗାର କରି ଦିଏ

ଗଛ ଆମକୁ ଫଳ ଦେଇ ବଞ୍ଚାଇ ଥିଲା

ସେହି ଗଛ ର ଉପକାର ଭୁଲି ମଣିଷ ତାକୁ ଅଙ୍ଗାର କରିଲା

ଗଛ ର ଫୁଲ ରେ ମହୁମାଛି ବସୁ ଥିଲା ମହୁ ପାଇଁ

ଗଛ କୁ ଆଜି ଜାଳିଲା ମଣିଷ ଅଙ୍ଗାର ପାଇବା ପାଇଁ

ଗଛ କୁ ଦେଖି ପ୍ରଜାପତି ନୀତି ବସୁ ଥିଲେ

ଗଛ ଆଜି ଅଙ୍ଗାର ହେଉଛି ପ୍ରଜାପତି ସ୍ୱପ୍ନ ହେଲେ

ଗଛ ପାଇଁ ଜଙ୍ଗଲ ରେ ପଶୁ ପକ୍ଷୀ ରହୁ ଥିଲେ

ସେ ଗଛ ଆଜି ଅଙ୍ଗାର ହୋଇଛି ପଶୁ 

ପକ୍ଷୀ ଗ୍ରାମେ ବୁଲେ

ଗଛ ର ନୀଡ ରେ ରହୁଥିଲା ପକ୍ଷୀ ଗୋ ଧୂଳି ବେଳାରେ

ସେ ଗଛ ଆଜି ଅଙ୍ଗାର ହୋଇଛି ପକ୍ଷୀ ରହିବ କେଉଁଠାରେ

ଗଛ ଦେଖି କବି ଭାବୁକ ଲେଖିଲେ କବିତା

ଗଛ ଆଜି ଅଙ୍ଗାର ହୋଇଛି କିଏ ଦେବ ପ୍ରକୃତି ର ବାରତା

ଗଛ ପାଇଁ ବର୍ଷା ହେଉଥିଲା ଋତୁ ଅନୁସାରେ

ଗଛ ଏଠି ଅଙ୍ଗାର ହେଉଛି ବର୍ଷା ଅଭାବ ସବୁ ଠାରେ

ମଣିଷ କେବେ ଆଉ ଗଛ ର ମହତ୍ତ୍ବ ବୁଝି ପାରିବ

ଗଛ କୁ ସୁରକ୍ଷା କରିଲେ ଅଙ୍ଗାର ହେବନି ସବୁଜ ବନାନୀ ହେବ I



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children