ଗୁରୁ ମହିମା
ଗୁରୁ ମହିମା
ଶିଶୁଟିଏ ବିଦ୍ୟା ଶିଖେ ଯାହାଠାରୁ
କୁହାଯାଏ ତାଙ୍କୁ ଗୁରୁ
ଗୁରୁଙ୍କ ପୟରେ ପ୍ରଣତି ଜଣାଏ
ଦେଖେ ଯେବେ ଶିଷ୍ୟ ଦୂରୁ ।
ଗୁରୁ ଆଖି ଆଗେ ଜ୍ଞାନହୀନ ହୋଇ
ଗଲେ ଅବାଟରେ ଚାଟ
ଅଜ୍ଞାନ ଅନ୍ଧାରୁ ନେଇ ସେ ଦେଖାନ୍ତି
ଜ୍ଞାନ ଆଲୋକର ବାଟ ।
ଯଦି କେହି କେବେ ଦେଇଥା'ନ୍ତି ଋଣ
ନିଏ ସୁଧ ସହ ମୂଳ
ଦାନ କରିଥା'ନ୍ତି ଗୁରୁ ବିଦ୍ୟାଧନ
ଅସମୟେ ଦିଏ ଫଳ ।
ଗୁରୁ ସ୍ବୟଂ ବ୍ରହ୍ମା ଗୁରୁ ସ୍ଵୟଂ ବିଷ୍ଣୁ
ମହେଶ୍ଵର ସ୍ଵୟଂ ସିଏ
ସିଏ ଦେଲେ ଛୁଇଁ ବାସ ହୀନ କାଠ
ଚନ୍ଦନ ପାଲଟି ଯାଏ ।
ଗୁରୁ ପାଦ ଧୂଳି ଭକତିରେ ତୋଳି
ଯେ ଦିଏ ମଥାରେ ବୋଳି
ତାଙ୍କରି ଆଶିଷ ଲଭେ ସେହି ଶିଷ୍ୟ
ହୁଏ ଏକଲବ୍ୟ ଭଳି ।
ଗୁରୁଙ୍କ ମହିମା ଲେଖିଲେ ସରେନି
ଅସୀମ ତାଙ୍କରି ଗୁଣ
ଯେତେ ସେବାକଲେ ପାରେନାହିଁ ସୁଝି
ଶିଷ୍ୟ ଗୁରୁଙ୍କର ଋଣ ।