Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chittaranjan Nanda

Inspirational Children

3  

Chittaranjan Nanda

Inspirational Children

ବିଶ୍ୱ ସାକ୍ଷରତା ଦିବସ ଅବସରରେ

ବିଶ୍ୱ ସାକ୍ଷରତା ଦିବସ ଅବସରରେ

1 min
121


ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖଟିକୁ

ଏହି ବିଶ୍ୱରେ

ପାଳନ କରୁଛେ ବିଶ୍ୱ ସାକ୍ଷରତା 

ଦିବସ ରୂପରେ |୧|


ବିଶ୍ୱରେ ସାଢ଼େ ୭୭ କୋଟି ଜନତା 

ନିରକ୍ଷର ଅଛନ୍ତି

ପ୍ରତି ପାଞ୍ଚ ଜଣରେ ଜଣେ ନିରକ୍ଷର 

ପରା ରହିଛନ୍ତି |୨|


ବିଶ୍ୱର ବହୁ ଗରିବ ନିରକ୍ଷର ଅକୁହା

ମନର ଭାଷା

ରଖିଛନ୍ତି ସାକ୍ଷରତା ପାଇଁ ନିଜ ବିକାଶ

ପଥର ଆଶା |୩|


ସ୍ୱାକ୍ଷର ହୋଇ ଆଗକୁ ବଢିବେ ଏହା 

ଉନ୍ନତିର ସିଡ଼ି ଚଢି

ନୂଆ ସମାଜ ଗଢିବେ ବଦଳିବାର ଆଶା 

ତାଂକ ସ୍ୱପ୍ନର ବାଡି |୪|


ସେ ପ୍ରାଣର ନବ ଆଶା ଦିଗର ଏହି 

ନୂଆ ଚିନ୍ତାଧାରା

ଆନନ୍ଦ ବଦଳରେ ସେମାନଂକର ବହେ

ଆଜି ଲୁହ ବର୍ଷାର ଧାରା |୫|


ଆମ ସମ୍ବିଧାନର ଏକ ମୌଳିକ ଅଧିକାର

ଧାରା ଶିକ୍ଷା ପାଇବାର

ଏତେ ବର୍ଷ ପରେ ଶିକ୍ଷାରେ ଆଲୋକିତ 

ହୋଇଛନ୍ତି କି ଯେତେ ନିରକ୍ଷର |୬|


ଛାତି ତଳେ ଗୁମ୍ଫିତ ଅଛି ତାଂକର ମନରେ

ଅୟୁତ ବେଦନା 

ତାଂକ ଭାବ କିଏ ବୁଝିବ ନଥିଲେ ମନରେ

ମଣିଷତ୍ୱର ଚେତନା |୭|


ହିମାଚଳ-ଗିରି-ମୁକୁଟ-ଶୋଭିନୀ ଏଇ 

ମୋ ଦେଶ ମହାନ 

ବୈତରଣୀ ପତିତ-ପାବନୀ ଗଙ୍ଗା ଓ

ସାଗର ଧୁଏ ତାର ଚରଣ |୮|


ହିନ୍ଦୁ ମୁସଲିମ ଜୈନ ଖ୍ରୀଷ୍ଟିୟାନ ଭେଦ

ଭାବ ନାହିଁ ସର୍ବେ ଅଟନ୍ତି ସମାନ 

ଗାନ୍ଧି ଗୋପବନ୍ଧୁ ନେହେରୁ ସୁଭାଷ କୋଳେ 

ଧରି ମୋ ମାଟୁ ହୋଇଛି ଧନ୍ୟ |୯|


ଧରମା ବାଜି ରାଉତ ଖୁଦୀରାମ ହସି ହସି 

ଦେଲେ ଦେଶ ଲାଗି ପ୍ରାଣ

ବୀର-ପ୍ରସବିନୀ ମାଆ ଆମର ନିରକ୍ଷରତା

ଆମେ ଦୂର କରିବା ଜାଣ |୧୦|


ପୁସ୍ତକ ଦାନ କରି ପାଠାଗାର କରି ଏ ଦିବସକୁ 

ଆମେ ପାଳନ କରିବା 

ଆସ ମୋର ଭଉଣୀ ଭାଇ ଲାଗି ପଡି ପଢ଼ିବା 

ଓ ଶିଖିବା ପାଇଁ ପ୍ରୋତ୍ସାହନ ଯୋଗାଇବା |୧୧|



Rate this content
Log in

Similar oriya poem from Inspirational