ଝାଇଆଁ ଖରା
ଝାଇଆଁ ଖରା
ଟାଇଁ ଟାଇଁ ହୋଇ ମାରୁଛି ଖରା
ସୁଖଇ ନଇ ନାଳ
ଝାଇଁ ଝାଇଁ ହୋଇ ଯାଉଛି ମୁଣ୍ଡ
କାହିଁ ନମିଳେ ଜଳ l
ରିମିଝିମ ହୋଇ ବରଷା ରାଣୀ
ଯଦି ଆସନ୍ତା ଥରେ
ପ୍ରକୃତି ରାଣୀ ଉଠନ୍ତା ହସି
ସବୁଜ ଫୁଲ ଫଳରେ l
ଜଳିଜଳି ଯାଏ ବୃକ୍ଷ ଲତା ସବୁ
ଜଳ ବିହୁନେ କାନ୍ଦେ
ଜଳିୟ ଅଂଶ ଯାଏ ତ ସୁଖୀ
ମାନବେ ସ୍ବେଦ ଗନ୍ଧେ l
ମୃଗତୃଷ୍ଣା ସତେ ମାଡ଼ିକିଆସେ
ଆଖି ମରିଯାଏ ଝାଇଁ
ଠାବେ ଠାବେ ଜଳ ଛତ୍ର ମିଳଇ
ମିଶିଣ ଲୁଣ ଦହି l
ଅତି କ୍ରୋଧରେ କ୍ରୋଧିତ ହୋଇ
ବିରଞ୍ଚି ନାରାୟଣ
ତାଙ୍କ ତାପରେ ତାପିତ ସର୍ବେ
ଛାଡି ଯାଉଛି ପ୍ରାଣ l
ସମୁଦ୍ର ପାଣି ନିଅନ୍ତି ଶୋଷି
ବରଷା ରାଣୀ ପାଇଁ
ସବୁଜ ଶାଢୀରେ ସଜାଇ ଦେବେ
ମଙ୍ଗଳ ସୂତ୍ର ଦେଇ l
ଷଡ଼ ଋତୁ ର ପ୍ରଥମ ଋତୁ
ବୈଶାଖ ଜ୍ୟେଷ୍ଠ ମାସ
ସୂଚାଇ ଦିଏ ଦୁଃଖର ପରେ
ନିଶ୍ଚୟ ସୁଧା ରସ l