ମୋ ଜନ୍ମଦିନ
ମୋ ଜନ୍ମଦିନ
ପଉଷ ପୁର୍ଣିମା ଆଜି ମୋ ଜନ୍ମଦିନ
ପୁଷ୍ୟାଭିଷେକ ହୁଅନ୍ତି ରଘୁନନ୍ଦନ l
ଶ୍ରୀରାମ ଲକ୍ଷ୍ମଣ ଭରତ ଶତ୍ରୁଘନ ଜନକ ନନ୍ଦିନୀ ସାଥିରେ ହନୁମାନ l
ମଙ୍ଗଳସୂତ୍ର ସହିତ ମୁଦ୍ରିକା ମିଠା
ଡ୍ରେସ ଶାଢ଼ି ନାଇଟିଗୋଲାପଗୋଟା l
ନାନାଜାତି ଉପହାରେ ପୁରିଛି ଘର
ଉଣେଇସିସଷlଠିଏ ଜନ୍ମ ମୋହର l
କେକ କାଟିବା ପାଇଁ ଯୋଜନା ଅଛି
ପରମାୟୁ ରୁ ବରସେ କଟି ଯାଉଛି l
ଉଣା ହେଉଛି ଦିନୁଦିନ ଆୟୁଷ
ଜନମ ଦିନ ପାଳୁଛି ହୋଇ ହରସ l
ଶରୀର ମୋ ନବ ବସ୍ତ୍ର ଅଳଂକାର ରେ
ବନ୍ଧୁ ବାନ୍ଧବ ଓ ପ୍ରିୟ ଜନ ଏଠାରେ l
ପୁରି ଅଛନ୍ତି ଘର ପାଉଛି ଶୋଭା
ଖୁସିକୁ ମିଳୁ ନାହିଁ ଉପମା ଦେବା l
ଶରୀର ମୋ ନବ ବସ୍ତ୍ର ଅଳଂକାରରେ
ଆତ୍ମା ନବବସ୍ତ୍ର ପରିଧାନେ ବାହାରେ l ସେକଥା ନପାରେ ଜାଣି ଏ ମୋର ମନ
ପଉଷ ପୁର୍ଣିମା ଆଜି ମୋ ଜନ୍ମ ଦିନ l
