Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bishnupriya Panda

Romance

3  

Bishnupriya Panda

Romance

ଋତୁରାଜ ବସନ୍ତ

ଋତୁରାଜ ବସନ୍ତ

1 min
14



ହଳଦିଆ ଶାଢ଼ୀ ପିନ୍ଧି ଶୀତରାଣୀ

ଧରାରୁ ନେଉଛି ବିଦାୟ

ରାଜପୋଷାକରେ ଆସୁଛି ବସନ୍ତ

ଉତଫୁଲ୍ଲିତ ମନ ଅଥୟ l

 ବସନ୍ତେ ସ୍ୱାଗତ କରୁଛନ୍ତି ମାତା

ବସନ୍ତ ପଞ୍ଚମୀ ପୂଜା

 ଅଗ୍ନି ଜାଳି ଅଗ୍ନିଉତ୍ସବ ପାଳନ୍ତି

ଶୀତ ରାଣୀ ପାଏ ଲଜ୍ୟା l

ମିନକେତନ ଙ୍କ ପ୍ରବେଶ ଧରାରେ

ଧରଣୀ ରାଣୀର ଶୋଭା

ବୃକ୍ଷଗଣ ସବୁ କୋମଳ ପତ୍ରରେ

ଦେଖ ସୌନ୍ଦର୍ଯ୍ୟ ର ଆଭା l

ହଳଦୀ ବସନ୍ତ କୋକିଳ କୁଜନ

ଏ ବୃକ୍ଷ ସେ ବୃକ୍ଷ ଡେ଼ଇଁ

ନାହିଁ ଶୀତ ନାହିଁ ରୌଦ୍ରର ପ୍ରତାପ

ଧରଣୀ ରାଣୀ ହସଇ l

ପ୍ରେମୀ ଯୁଗଳ ଙ୍କ ମନରେ ଆନନ୍ଦ

ଶ୍ରୀରାଧା କୃଷ୍ଣ ଆସନ୍ତି

ପ୍ରେମେ ବାନ୍ଧିଦେଇ ସକଳ ମାନବେ

ଫଗୁଣେ ଫଗୁ ରଙ୍ଗlନ୍ତି l

ଲୁଚି ଶୀତ ବସ୍ତ୍ର ବାକ୍ସରେ ପସନ୍ତି

ଦକ୍ଷିଣା ପଵନ ବୁହେ

ଅତିବ ଆନନ୍ଦ ଦିଅଇ ଏ ଋତୁ

ଋତୁ ରା଼ଜ ପରା ସିଏ l

ଶୀତ ରାଣୀ ପରେ ବସନ୍ତ ଆସିଛି

ବସନ୍ତ ପରେ ଗ୍ରୀଷମ

ସେ କଥା ଗୋଟିକ ଭାବି ଦେଲେ ଥରେ

ଲାଗଇ ବଡ଼ ବିଷମ l

ଆସି ଅଛି ଯିଏ ଯିବ ଦିନେ ସିଏ

ଏତ ସଂସାର ନିୟମ

ହସାଇ ରସାଇ ଆସିଥାଏ ଯିଏ

କନ୍ଦାଇ ଫେରେ ସ୍ଵ ଧାମ ।



Rate this content
Log in

Similar oriya poem from Romance