ମାନବିକତା ବଞ୍ଚିରହୁ
ମାନବିକତା ବଞ୍ଚିରହୁ
ମାଛ କାଟି କାଟି କୁକୁଡ଼ା କାଟୁଛି
ଛେଳି କରୁଅଛି ରଡ଼ି
ମଣିଷ ମାରିଲେ ହୁଏ ଅପରାଧ
ପୋଲିସ ନିଅନ୍ତି ଭିଡି l
ଗଛ କାଟି କାଟି ରାସ୍ତାଘାଟ ସଫା
ଜଙ୍ଗଲ ହେଲାଣି ସଫା
ଜୀବଜନ୍ତୁ ତ୍ରାହିତ୍ରାହି ଡାକିଲେଣି
ମାନବେ କରହେ ରକ୍ଷା l
ମାନବ ଜାଣଇଁ ଅମ୍ଳଜାନ ନାହିଁ
ଗଛ କାଟିବାଟା ମନା
ଅମ୍ଳଜାନ କିନ୍ତୁ ବଜାରେ ମିଳୁଛି
କିଣି ଆଣ ଯାଇ ନନା l
ଭିକାରୀର ଭିକ ଉଠି ତ ଗଲାଣି
ସରକାର ଦେଲେ ଭତ୍ତା
ମାଗଣା ଚାଉଳ ତାସ ପଶା ଖେଳ
କାହିଁ ସେ ମାନବିକତା l
ପଡିଗଲେ ଜଣେ ଉଠାଇବା ପାଇଁ
ମନେ ଭୟ ହୁଏ ଜାତ
ମୁଁ ଦେଖିଛି ବୋଲି କେହିତ ନଦେଖୁ
ଥାନା କେ ଯିବ କହତ l
ଜଳ ଗାଉଅଛି ପ୍ରାଣୀ ଓ ଉଦ୍ଭିଦ
ସଭିଙ୍କ ଜୀବନ ଗାଥା
ଜଙ୍ଗଲ ର ବିନା ବର୍ଷା ଶୂନ୍ୟ ପୃଥ୍ୱୀ
ମାନବ ସମାଜ କଥା l
ଅନ୍ୟ କୁ ସାହାଯ୍ୟ କରିବା ଆଗରୁ
ନିଜେ ପଡିଯାଏ ବଳି
ନିଜ ରକ୍ଷଣ ଟା ହୁଏ ଅସମ୍ଭବ
ପ୍ରଭାବ ଅଟେ ଏ କଳି l
ମାନବ ସମାଜ ହୁଅ ହେ ଏକତ୍ର
ବେଳ ଥାଉ ବାନ୍ଧ ବନ୍ଧ
ମାନବିକତାଟି ବଞ୍ଚାଇ ରଖହେ
ନପଡ଼ୁ କେବେ ପ୍ରମାଦ l
ଜୀବନ କାଳରେ କୋଡିଏ ଟି ବୃକ୍ଷ
ଯଦି ରୋପଣ କରିବ
ଏ ପୃଥ୍ୱୀ ରହିବ ନୋହିଲେ ଡୁବିବ
ସକଳେ ତ ନାଶ ଯିବ l
